ଭୁବନେଶ୍ୱର,: ବିଜେଡିରେ ଯୋଗ ଦେଲେ ରାଇସେନ ମୁର୍ମୁ । ୧୪ ବର୍ଷ •କିରି ଥିଲେ ମଧ୍ୟ ପୋଲିସ ଡିଏସପି ପାହ୍ୟାରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଶ୍ରୀ ମୁର୍ମୁ । ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହିତ ବିକାଶର ଧାରା ମୋତେ ଦଳ ପ୍ରତି ଆକୃଷ୍ଟ କରିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମେଞ୍ଜୟ ଲେଙ୍କା,ଜିଲ୍ଲା ସଭାପତି କାଶୀନାଥ ହେମ୍ବମ ଓ ରାଇରଙ୍ଗପୁର ପୋରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।