ଘର ଆଗରେ ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ

0 71

ମୁମ୍ବାଇ, : ଦୁର୍ଘଟଣାର ଶିକାର ହୋଇଛି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାର୍ । ବୁଧବାର ମୁମ୍ବାଇର ଜୁହୁ ଉପନଗରରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଳାସମୟ ଗାଡ଼ି ସହ ଏକ ବସ୍ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି । ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବ୍ରିହନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ (ବିଇଏସଟି) ଉପକ୍ରମର ସର୍ବବ୍ୟାପୀ ଲାଲ ବସ୍ ପଛରେ ଥିବା କାର ଦେଖାଯାଉଛି । ସୂତ୍ର ପଛରୁ ବସ୍‌ ଧକ୍କା ଦେବା ସମୟରେ ଐଶ୍ୱର୍ଯ୍ୟା କାର୍‌ ଭିତରେ ନଥିଲେ । ଭିଡିଓରେ ଦେଖାଯାଉଛି ଯେ ବସ୍ ଧକ୍କା ଯୋଗୁ କୌଣସି ବଡ଼ କ୍ଷତି ହୋଇ ନଥିଲା । ବସଟି କିଛି ସମୟ ପରେ ଦ୍ରୁତ ଗତିରେ ଚାଲିଯାଇଥିଲା । ଦୁର୍ଘଟଣା ପରେ, ଜୁହୁ ତାରା ରୋଡ୍ ସ୍ଥିତ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବାସଭବନ ନିକଟରେ ଥିବା ଏକ ବଙ୍ଗଳାରୁ ଜଣେ ବାଉନ୍ସର (ଏକ ପ୍ରକାରର ସୁରକ୍ଷା କର୍ମୀ) ବାହାରି ଆସି ବସ୍ ଡ୍ରାଇଭରଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ବସଟି ଜୁହୁ ଡିପୋରୁ ବାହାରି ଅମିତାଭ ବଚ୍ଚନଙ୍କ ବାସଭବନ ନିକଟରେ ପହଞ୍ଚିବା ମାତ୍ରେ ଏହା କାରକୁ ଧକ୍କା ଦେଇଥିଲା । ବସ୍ ଡ୍ରାଇଭର ଗାଡ଼ି ଦ୍ୱାରା ହୋଇଥିବା କ୍ଷତି ଦେଖିବା ପାଇଁ ତଳକୁ ଓହ୍ଲାଇଥିଲେ । ଏହି ସମୟରେ, ନିକଟସ୍ଥ ଏକ ବଙ୍ଗଳାରୁ ଜଣେ ବାଉନ୍ସର ବାହାରି ଆସି ଡ୍ରାଇଭରଙ୍କୁ ଚାପୁଡ଼ା ମାରିଥିଲେ, ବୋଲି ସେ କହିଛନ୍ତି ।

Leave A Reply

Your email address will not be published.