ମୁମ୍ବାଇ, (ହି.ସ): ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦେଖାଦେଇଥିବା ହ୍ରାସ ସାଙ୍ଗକୁ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସୁଥିବାଜନିତ ବିପଦକୁ ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଧିକରୁ ଅଧିକ ସୁନା କିଣିବାରେ ଲାଗିଛି । ରିଜର୍ଭ ବ୍ୟାଙ୍କ ୨୦୨୪ ଅକ୍ଟୋବର ଓ ନଭେମ୍ବରରେ ୨୦ ଟନ୍ ସୁନା କିଣିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅର୍ଥାô ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମୋଟ ୩୦ ଟିନ୍ ସୁନା କିଣିଥିବାବେଳେ ପରବର୍ତ୍ତୀ ୨ ମାସରେ ୨୦ ଟନ୍ ସୁନା କିଣିଛି । ଟଙ୍କା ମୂଲ୍ୟ ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ହେଉଥିବା ହ୍ରାସର
ବିପଦକୁ କମ୍ କରିବା ଲାଗି ବିଦେଶୀ ମୁଦ୍ରାଭଣ୍ଡାରରେ ଅଧିକ ପରିମାଣର ସୁନା ରଖିବାର ଆବଶ୍ୟକତା ରହିଛି । ୨୦୨୪ ମାର୍ଚ୍ଚ ୨୯ ବେଳକୁ ରିଜର୍ଭ ବ୍ୟାଙ୍କ ପାଖରେ ୮୨୨ ଟନ୍ ସୁନା ରହିଥିଲା । ୨୦୨୪ ନଭେମ୍ବର ୨୯ ବେଳକୁ ତାହା ୮୭୬ ନିୟୁତ ଟନ୍କୁ ବୃଦ୍ଧି ପାଇଛି । ଚଳିତ
ଆର୍ଥିକବର୍ଷରେ ବର୍ତ୍ତମାନ ସୁଦ୍ଧା ସୁନା ଦରରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି । କିନ୍ତୁ ସୁନା ଦର ଅପେକ୍ଷାକୃତ ସ୍ଥିର ଥିବା ସମୟରେ ରିଜର୍ଭ ବ୍ୟାଙ୍କ ଗତ ଅକ୍ଟୋବର ଓ ନଭେମ୍ବରରେ ଅଧିକ ସୁନା କ୍ରୟ କରିଛି ।
୮ ମାସରେ ୫୦ ଟନ୍ ସୁନା କିଣିଲା ରିଜର୍ଭ ବ୍ୟାଙ୍କ
Prev Post