୪ରେ ବ୍ୟାଙ୍କକ୍ ଯିବେ ପ୍ରଧାନମନ୍ତ୍ରୀ

0 105

ନୂଆଦିଲ୍ଲୀ, : ବେ ଅଫ୍ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ବିମଷ୍ଟେକ) ଶିଖର ସମ୍ମେଳନ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ । ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ ୩ ତାରିଖରେ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମ୍ମିଳନୀରେ ସାମିଲ ହେବା ଲାଗି ଗୁରୁବାର ବ୍ୟାଙ୍କକ ଗସ୍ତରେ ଯିବେ । ପୂର୍ବ ସମ୍ମିଳନୀ ୨୦୨୨ ମାର୍ଚ୍ଚ ୩୦ରେ କଲୋମ୍ବୋରେ ଆୟୋଜିତ ହୋଇଥିଲା । ୩ ବର୍ଷ ପରେ ହେବାକୁଥିବା ଏହି ସମ୍ମିଳନୀର ଚଳିତ ବିଷୟବସ୍ତୁ ରହିଛି \”ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ\’, ଯାହା ଆଞ୍ଚଳିକ ଏକତ୍ରୀକରଣ ଏବଂ ଆର୍ଥିକ ସହଯୋଗ ପାଇଁ ଏହି ମଞ୍ଚର ପ୍ରତିବଦ୍ଧତାକୁ ଦର୍ଶାଉଛି । ବିମଷ୍ଟେକରେ ୭ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି । ଏହି ଦେଶଗୁଡ଼ିକ ହେଉଛି ବାଂଲାଦେଶ, ଭୁଟାନ, ଭାରତ, ମ୍ୟାନମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ।

Leave A Reply

Your email address will not be published.