ହଲିଉଡରେ ଧମାକା କରିବାକୁ ଯାଉଛନ୍ତି ରଣଦୀପ

0 88

ମୁମ୍ବାଇ,: ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି ରଣଦୀପ ହୁଡା । ପ୍ରିୟଙ୍କା ଚୋପ୍ରାଙ୍କ ପରେ ହଲିଉଡ ପ୍ରୋଜେକ୍ଟରେ ଜନ ସିନାଙ୍କ ସହ ନଜର ଆସିବେ ରଣଦୀପ । ଉଭୟ ଆକ୍ସନ୍ ଫିଲ୍ମ ‘ମ୍ୟାଚବକ୍ସ\’ରେ ନଜର ଆସିବେ । ଏକ୍ସଟ୍ରାକ୍ସନ ୧ ଏବଂ ୨ର ସଫଳତା ପରେ, ରଣଦୀପ ଦ୍ୱିତୀୟ ଥର ପାଇଁ ନିର୍ଦ୍ଦେଶକ ସାମ୍ ହର୍ଗେଭଙ୍କ ସହ କାମ କରିବାକୁ ଯାଉଛନ୍ତି । ତେବେb ରଣଦୀପ ଫିଲ୍ମର ସୁଟିଂ ପାଇଁ ବୁଡାପେଷ୍ଟ ଯାଇଛନ୍ତି । ରଣଦୀପ ଖୁବ୍ ଶୀଘ୍ର କଳାକାର ଏବଂ ପ୍ରଡକ୍ସନ ଟିମରେ ଯୋଗଦେବେ । ପ୍ରିୟଙ୍କା ଜନ୍‌ ସିନାଙ୍କ ସହ ‘ହେଡ୍ସ ଅଫ୍ ଷ୍ଟେଟ୍ସ\’ରେ ନଜର ଆସିଥିଲେ ଏବେ ରଣଦୀପ ତାଙ୍କ ସହିତ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ‘ସ୍ୱତନ୍ତ୍ର ବୀର ସାବରକର\’ରେ ତାଙ୍କର ଚମତ୍କାର ଅଭିନୟ କର ଦର୍ଶକଙ୍କ ମନ ଜିଣିଥିଲେ । ରଣଦୀପ ହୁଡା ଏବେ ହଲିଉଡରେ ତାଙ୍କର ଅଭିନୟ ଯାଦୁ ଦେଖାଇବାକୁ ଯାଉଛନ୍ତି । ତାଙ୍କର ଶେଷ ହଲିଉଡ ରିଲିଜ ଥିଲା ‘ଏକ୍ସଟ୍ରାକ୍ସନ୍‌\’ ଯାହା ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ତେଣୁ ଏହା ହଲିଉଡରେ ତାଙ୍କର ଦ୍ୱିତୀୟ ବଡ଼ ଫିଲ୍ମ ହେବ । ଫିଲ୍ମର ସୁଟିଂ ବୁଡାପେଷ୍ଟରେ ଆରମ୍ଭ ହୋଇଛି  ତେବେ ମ୍ୟାଚବକ୍ସ ବିଷୟରେ କହିବାକୁ ଗଲେ ମ୍ୟାଚବକ୍ସ ହେଉଛି ମ୍ୟାଟେଲ୍ ଫିଲ୍ମସ୍ ଏବଂ ସ୍କାଏଡାନ୍ସ ଫିଲ୍ମସ୍ ଦ୍ୱାରା ନିର୍ମିତ ଏକ ଆପଲ୍‌ ଅରିଜିନାଲ୍ । ଏହା ବର୍ତ୍ତମାନ ବୁଡାପେଷ୍ଟରେ ସୁଟିଂ କରାଯାଉଛି । ଏହି ଫିଲ୍ମରେ ଜନ୍ ସେନା, ରଣଦୀପ ହୁଡା, ତେୟୋନା ପ୍ୟାରିସ୍‌, ଜେସିକା ବିଏଲ୍ ଏବଂ ସାମ୍ ରିଚାର୍ଡସନ୍ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ଆଗାମୀ ଆମେରିକୀୟ ଆକ୍ସନ- ଆଡଭେଞ୍ଚର କମେଡି ଚଳଚ୍ଚିତ୍ର ।

Leave A Reply

Your email address will not be published.