ନୂଆଦିଲ୍ଲୀ, : ଆମେରିକାରେ ଅବୈଧ ରୂପେ ରହୁଥିବା ୨୦୫ ଭାରତୀୟକୁ ନେଇ ଚାଲିଥିବା ବିମାନ ବୁଧବାର ଅମୃତସରରେ ପହଞ୍ଚିବ । ଆମେରିକୀୟ ସେନାର ସି-୧୭ପ୍ଲେନ୍ ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସକାଳ ୯ଟା ସମୟରେ ଲ୍ୟାଣ୍ଡ କରିବ ।
ଏହି ୨୦୫ ଭାରତୀୟଙ୍କୁ ପ୍ରଥମ ରାଉଣ୍ଡରେ ଆମେରିକାରୁ ପଠା ଯାଉଛି । ଏହାପରେ ମଧ୍ୟ ଶହ ଶହ ଅନ୍ୟ ଲୋକଙ୍କୁ ଫେରେଇ ଆଣିବାକୁ ପ୍ରସ୍ତୁତି ଚାଲିଛି । ଆମେରିକୀୟ ସେନା ବିମାନ ସି-୧୭ ସେନା ଏଣ୍ଟୋନିୟୋରୁ ଅମୃତସର ପାଇଁ ପ୍ରସ୍ଥାନ କରି ସାରିଛି । ଏବେସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୫୦୦୦ ଭାରତୀୟଙ୍କୁ ପ୍ରଥମ ରାଉଣ୍ଡରେ ଭାରତ ପଠାଇବାର ପ୍ରସ୍ତୁତି ରହିଛି । ମୋଟ ୧୮ ହଜାର ଅବୈଧ ପ୍ରବାସୀଙ୍କୁ ଆମେରିକାରେ ଚିହ୍ନିତ କରାଯାଇଛି । ଏହି ଲୋକଙ୍କୁ ଫେରାଇ ଦିଆଯାଉଛି ଏବଂ ଯାହାଙ୍କର କାଗଜପତ୍ର ନାହିଁ, ତାଙ୍କୁ ଗ୍ୱାନ୍ତାନାମୋ ବେ ଜେଲ୍ ଭଳି ବିପଜ୍ଜନକ ସ୍ଥାନ ଉପରେ ରଖାଯିବ । ଅମୃତସର ଏୟାରପୋର୍ଟରେ ପହଞ୍ଚିବା ପରେ ଏହି ସବୁ ୨୦୫ ଭାରତୀୟଙ୍କ ଡକ୍ୟୁମେଣ୍ଟ ଚେକ୍ କରାଯିବ । ଏହି କାମରେ ପୂରା ଦିନ ଲାଗିବ । କ୍ରିମିନଲ ରେକର୍ଡ ଚେକ୍ କରାଯିବ, ଏହାକି ଏୟାରପୋର୍ଟରେ ହିଁ ଗିରଫ କରାଯାଇ ପାରିବ । ଏଥିରେ କିଛି ଏମିତି ଲୋକ ମଧ୍ୟ ଥାଇ ପାରନ୍ତି, ଯିଏ ଭାରତରେ ଅପରାଧ କରି ଆମେରିକା ପଳାୟନ କରିଥିବେ । କୁହାଯାଉଛି କି, ପାଖାପାଖି ୨ଜଣ ଏମିତି ଗ୍ୟାଙ୍ଗଷ୍ଟର ଅଛନ୍ତି , ଯିଏ ଆମେରିକାରେ ବସି ପଞ୍ଜାବରେ
ଗ୍ୟାଙ୍ଗ ଚଲାଉ ଥିଲେ ବା ପୁଣି ଅପରାଧ ଘଟାଇ ଫେରାର ହୋଇ ଯାଇଥିଲେ । ଏବେ ପଞ୍ଜାବ ପୋଲିସକୁ ଆମେରିକାର ଆକ୍ସନରେ ଆଶା ଉଦଜୀବିତ ହୋଇଛି । ଏହି ଲୋକ ଡଙ୍କି ରୁଟ୍ ଦେଇ ଆମେରିକାରେ ପହଞ୍ଚି ଥିଲେ ଏବଂ ଏବେ ଡକ୍ୟୁମେଣ୍ଟ ନପାଇବାରେ ଆମେରିକା ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଉଛି । ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ବିରୋଧରେ ଦୃଢ ଆଭିମୁଖ୍ୟ ଆପଣାଇଛନ୍ତି । ଆମେରିକାରେ ଅବୈଧ ପ୍ରବାସୀଙ୍କ ଧରା ପଗଡ଼ା ପାଇଁ ଟ୍ରମ୍ପ ସେନାର ସାହାଯ୍ୟ ନେଇଛନ୍ତି ଏବଂ ଗିରଫ କରି ଏମିତି ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଉଛି । ପଞ୍ଜାବ ଓ ହରିଆଣାରୁ ମଧ୍ୟ ବହୁ ସଂଖ୍ୟାରେ ଯୁବବର୍ଗ ଡଙ୍କି ରୁଟରେ ଆମେରିକାରେ ପ୍ରବେଶ
କରିଥିଲେ । ଏହି ଯୁବବର୍ଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅବୈଧ ରୂପେ ଆମେରିକାରେ ପହଞ୍ଚି ଥିଲେ । ତେବେ ଡୋନାଲ୍ଡ ଟ୍ରମ୍ପ ସରକାରର କହିବାନୁସାରେ, ସେ ଇତିହାସର ସବୁଠୁ ବଡ଼ ଡିପୋର୍ଟେସନ ଅଭିଯାନ ଚଲାଇବେ । ଏହା ମାଧ୍ୟମରେ ସେହି ସବୁ ଲୋକଙ୍କୁ ଆମେରିକାରୁ ବାହାର କରିବାର ପ୍ରସ୍ତୁତି ଚାଲିଛି, ଯିଏ ବିନା କାଗଜପତ୍ରରେ ଆସିଛନ୍ତି । ଖାଲି ଏତିକି ନୁହେଁ ଜନ୍ମଗତ ଆଧାରରେ ନାଗରିକତା ଥିବା ଆଇନକୁ ମଧ୍ୟ ବନ୍ଦ କରିବାର ଯୋଜନା ରହିଛି । ସେହିପରି ହରିଆଣା ବିଧାନସଭା ନିର୍ବାଚନର ସରଗରମ୍ ମଧ୍ୟରେ ୨୦ ଡିସେମ୍ୱର, ୨୦୨୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିଆଣାରେ କରନାଲର ଗାଁ ଘୋଘଡିପୁରରେ ଜଣେ ଯୁବକ ଅମିତମାନଙ୍କ ପରିଜନଙ୍କୁ ସାକ୍ଷାକ କରିବାକୁ ଆସିଥିଲେ, ଯେଉଁଥିରେ ସେ ଆମେରିକା ଗସ୍ତ ସମୟରେ ଭେଟ ହୋଇ ଥିଲେ । ଅମିତ ମାନ ନିଜର ଜମି ବିକ୍ରି କରି, ଘର ବନ୍ଦା ରଖି ଡଙ୍କି ରୁଟରେ ଆମେରିକା ଯାଇ ଥିଲେ । ଏଥିରେ ପାଖାପାଖି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଆମେରିକାରେ ଏକ କମ୍ପାନୀରେ ଡ୍ରାଇଭରର କାମ ମିଳିଥିଲା । ଠିକ୍ ଠାକ୍ ଟଙ୍କା ମଧ୍ୟ ଆୟ କରୁଥିଲେ, କିନ୍ତୁ ଆକ୍ସିଡେଣ୍ଟ ପରେ ସମସ୍ୟା ଦେଖା ଦେଇଛି । ସେ ଠିକରେ ଚାଲି ପାରୁ ନାହାନ୍ତି । ନିଜ ଘରକୁ ଫେରିବାକୁ ଚାହିଁଛନ୍ତି । ସେତେବେଳେ ରାହୁଲ ଗାନ୍ଧୀ ଅମିତଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ସେ ତାଙ୍କ ପରିବାରକୁ ଭେଟିବାକୁ ଘରକୁ ଯିବେ ।
ସ୍ୱଦେଶ ଫେରୁଛନ୍ତି ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟ
Indians living illegally in the US are returning home
Prev Post
Next Post