ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍ : ମୋଦିଙ୍କ ଟିମ୍‌ରେ ପୁଣି ସାମିଲ୍‌

0 123

ନୂଆଦିଲ୍ଲୀ,: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ । ମଝିରେ ତାଙ୍କୁ କେବଳ ଏକ ସାକ୍ଷାତକାରରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ସେ ମୋଦିଙ୍କ ଟିମ୍‌ରେ ଯୋଗ ଦେଇଛନ୍ତି । ଏଥର ତାଙ୍କର ଭୂମିକା ପୂର୍ବ ଅପେକ୍ଷା ଭିନ୍ନ ରହିଛି । ମୋଦି ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି । ଏଥର ମନ୍ତ୍ରୀ ଭାବରେ ନୁହେଁ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାରର କାର୍ଯ୍ୟନିର୍ବାହୀ ପରିଷଦରେ ସ୍ମୃତି ଇରାନୀଙ୍କୁ ସ୍ଥାନ ମିଳିଛି  ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରଥମ ୧୦ବର୍ଷ ମଧ୍ୟରେ ସେ ଶିକ୍ଷା ଏବଂ ବୟନଶିଳ୍ପ ମନ୍ତ୍ରୀ ଥିଲେ । ସରକାର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର କାର୍ଯ୍ୟନିର୍ବାହୀ ପରିଷଦକୁ ସେ ପୁନର୍ଗଠିତ କରିଛନ୍ତି । ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ଅଧ୍ୟକ୍ଷ ଭାବରେ ଅତିରିକ୍ତ ପାଞ୍ଚ ବର୍ଷ କାର୍ଯ୍ୟକାଳ ଦିଆଯାଇଛି । ନୂତନ ସଦସ୍ୟଙ୍କ ମଧ୍ୟରେ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅବସରପ୍ରାପ୍ତ ସେନା ଜେନେରାଲ ସୟଦ ଆତା ହସନେନ, ପୂର୍ବତନ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର ଏବଂ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ସାମିଲ ଅଛନ୍ତି । ସମାଜ ଏବଂ ପରିଷଦରେ ମନୋନୀତ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ପାଞ୍ଚ ବର୍ଷୟ ନିୟମ ଅନୁଯାୟୀ, ଜଣେ ସଦସ୍ୟ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିପାରିବେ । ପୂର୍ବ କାର୍ଯ୍ୟନିର୍ବାହୀ ପରିଷଦର କାର୍ଯ୍ୟକାଳ ସୋମବାର ଶେଷ ହୋଇଥିଲା । ଏହି ତାଲିକାରେ ସ୍ମୃତି ଇରାନୀଙ୍କ ନାମ ଗୁରୁତ୍ୱପୂର୍ଣ୍ଣ କାରଣ ଲୋକ ସଭା ନିର୍ବାଚନରେ ପରାଜୟ ପରେ ସେ ଲୋକଲୋଚନରୁ ଉଭାନ ହୋଇଯାଇଥିଲେ । ଏହି ପରିଷଦର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ମୋଦି ନେଉଛନ୍ତି । ସେ ପରିଷଦର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉପାଧ୍ୟକ୍ଷ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର ସଦସ୍ୟ ସଂଖ୍ୟା ୨୯ ଥିଲା । ଏବେ ଏହାକୁ ୩୪କୁ ବୃଦ୍ଧି କରାଯାଇଛି । ପିଏମଏମଏଲ ପୂର୍ବରୁ ନେହେରୁ ସ୍ମାରକୀ ସଂଗ୍ରହାଳୟ ଏବଂ ପାଠାଗାର ଭାବରେ ଜଣାଶୁଣା ଥିଲା । ଏହାର ଲକ୍ଷ୍ୟ ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଏହାର ପୁନଃନିର୍ମାଣ ସହିତ ଜଡିତ ଜିନିଷଗୁଡ଼ିକୁ ସଂରକ୍ଷଣ କରିବା । ସ୍ମୃତି ଇରାନୀଙ୍କୁ ସାମ୍ପ୍ରତିକ ସମୟରେ ଦିଲ୍ଲୀ ନିର୍ବାଚନ ୨୦୨୫ ସମୟରେ ଦଳର କାର୍ଯ୍ୟକଳାପରେ କିଛିଟା ସକ୍ରିୟ ଦେଖାଯାଇଥିଲା । ସେ ଅନେକ ଥର ଭାଜପା ମୁଖ୍ୟାଳୟରୁ ଆମ ଆଦମୀ ପାର୍ଟି ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ସ୍ମୃତି ଇରାନୀ ୨୦୧୯ରେ ଆମେଥି ଆସନରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ଲୋକ ସଭା ସଦସ୍ୟ ହୋଇଥିଲେ । ଏହା ପୂର୍ବରୁ ସେ ରାଜ୍ୟ ସଭାର ସଦସ୍ୟ ଥିଲେ । ହେଲେ ୨୦୨୪ ଲୋକ ସଭା ନିର୍ବାଚନରେ ସେ ରାହୁଲଙ୍କ ଠାରୁ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.