ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ; ୯ ଯବାନ ସହିଦ

0 79

ବିଜାପୁର, : ଛତିଶଗଡ଼ର ମାଓ ପ୍ରଭାବିତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ବଡ଼ ଧରଣର ବିସ୍ଫୋରଣ କରିଛନ୍ତି । ମାଓବାଦୀମାନେ ଯବାନଙ୍କ ଗାଡ଼ିକୁ ବ୍ଲାଷ୍ଟ କରି ଉଡ଼ାଇ ଦେଇଛନ୍ତି । ଉକ୍ତ ହମଲାରେ ୯ଜଣ ଯବାନ ସହିଦ ( ୮ଜଣ ଯବାନ ଓ ଜଣେ ଚାଳକ) ହୋଇଛନ୍ତି । ଉକ୍ତ ହମଲା ବିଜାପୁରର କୁଟରୁ ମାର୍ଗରେ ହୋଇଛି । ଆଇଇଡି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଭୂଇଁରେ ଏକ ପୋଖରୀ ଭଳି ଗର୍ତ୍ତ ହୋଇ ଯାଇଛି । ଗାଡ଼ିର ଚକ ଉଡ଼ି ଯାଇଛି । ଗାଡ଼ିର ଏକ ଅଂଶ ଖୁବ୍ ଉଚ୍ଚରେ ଗଛରେ ଯାଇ ଲଟକି ରହିଛି । ସୁରକ୍ଷାକର୍ମୀଙ୍କ ଜୋରଦାର କାର୍ଯ୍ୟାନୁଷ୍ଠାନରେ ମାଓବାଦୀମାନେ ଯବାନଙ୍କ ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ । ବିଜାପୁରର କୁଟରୁ ମାର୍ଗର ବେଦରେରେ ମାଓବାଦୀମାନେ ରାସ୍ତାରେ ଆଇଇଡିବୋମା ପ୍ଲାଣ୍ଟ କରି ଦେଇ ଥିଲେ । ଗାଡ଼ି ଏହା ଉପରକୁ ଆସିବା କ୍ଷଣି ଖୁବ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଗାଡ଼ିରେ ଥିବା ଯବାନଙ୍କ ଶରୀର କ୍ଷତ-ବିକ୍ଷତ ହୋଇ ଯାଇଛି । ଘଟଣା ସ୍ଥଳରେ ଏକ ବଡ଼ ଗଭୀର ଗର୍ତ୍ତ ହୋଇ ଯାଇଛି । ଗାଡ଼ିର ଅନେକ ପାର୍ଟ ଖୁବ୍ ଦୂରରେ ଯାଇ ପଡ଼ିଛି । ଗୋଟିଏ ଭାଗ ଯାଇ ଗଛରେ ଲଟକି ରହିଛି । ଧମାକାର ଶବ୍ଦ ଅନେକ କିଲୋମିଟର ଦୂର ଯାଏ ଶୁଣା ଯାଇଛି । ସହିଦ ଯବାନଙ୍କ ମଧ୍ୟରେ ୮ ଡିଆରଜିର ଯବାନ ଓ ଜଣେ ଡ୍ରାଇଭର ଅଛନ୍ତି । ସବୁ ଯବାନ ୩ ଜାନୁଆରୀରେ ଆଣ୍ଟି ନକ୍ସଲ ଅପରେସନରେ ବାହାରି ଥିଲେ, ଯେଉଁଠି ୪ ଜାନୁଆରୀରେ ପୋଲିସ ଓ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା । ଏଥିରେ ଡିଆରଜିର ଯବାନ ହେଡ୍କ ନଷ୍ଟେବଲ ସନ୍ନୁ କାରମ ସହିଦ ହୋଇଥିଲେ । ଦୁଇଦିନ ପୂର୍ବେ ମୁହାଁମୁହିଁରେ ପୋଲିସ ୫ ମାଓବାଦୀଙ୍କୁ ମାରି ଦେଇଥିଲା । ସର୍ଚ୍ଚିଂ ଅପରେସନ ବେଳେ ଦୁଇ ମହିଳା ମାଓବାଦୀ ସହ ମୋଟ ୫ ବର୍ଦ୍ଦିଧାରୀ ମାଓବାଦୀ ନିପାତ ହୋଇଥିଲେ । ମୃତ ମାଓବାଦୀ ମଧ୍ୟରେ ଡିକେଏସଜେଡସି ପିଏଲଜିଏ ପ୍ଲାଟୁନ ନମ୍ୱର ୩୨ର ବରିଷ୍ଠ କ୍ୟାଡର ମଧ୍ୟ ସାମିଲ ଥିଲା । ସର୍ଚ୍ଚରେ ଏକେ ୪୭, ଏସଏଲଆର ଭଳି ଅଟୋମେଟିକ ହତିଆର ମଧ୍ୟ ଜବତ ହୋଇଛି । ଏହି ମୁହାଁମୁହିଁ ପରେ ଯବାନ ଦନ୍ତେୱାଡା ଫେରୁଥିଲେ, ସେତେବେଳେ ମାଓବାଦୀମାନେ ପିକଅପ୍ ଗାଡ଼ିକୁ ଆଇଇଡିରେ ବ୍ଲାଷ୍ଟ କରିଦେଲେ

Leave A Reply

Your email address will not be published.