ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା : ୪୦ ପାକିସ୍ତାନୀ ମୃତ

0 136

ନୂଆଦିଲ୍ଲୀ,: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା । ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କୁହାଯାଉଛି ଯେ ଏହି ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି । ଏହି ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ସ୍ପେନ ଯିବାକୁ ଚେଷ୍ଟା କରୁଥିଲେ । ଏହି ଘଟଣା ଉପରେ ପ୍ରବାସୀ ଅଧିକାର ସଂଗଠନ \”ୱାକିଙ୍ଗ ବର୍ଡର୍ସ\’ କହିଛି ଯେ ୫୦ରୁ ଅଧିକ ପ୍ରବାସୀ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ମରକ୍କୋ କର୍ତ୍ତୃପକ୍ଷ ଡଙ୍ଗାରୁ ୩୬ ଜଣଙ୍କୁ ଉଦ୍ଧାର କରିଛନ୍ତି । ଯାହା ଜାନୁଆରୀ ୨ରେ ପ୍ରବାସୀଙ୍କୁ ନେଇ ମୌରିଟାନିଆରୁ ବାହାରିଥିଲା । ଏହି ଡଙ୍ଗାରେ ୮୬ଜଣ ପ୍ରବାସୀ ଥିଲେ । ସେମାନଙ୍କ ମଧ୍ୟରେ ୬୬ଜଣ ପାକିସ୍ତାନୀ ନାଗରିକ ମଧ୍ୟ ଥିଲେ । \”ୱାକିଙ୍ଗ ବର୍ଡର୍ସ\’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେଲେନା ମାଲେନୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ପୋଷ୍ଟ କରି କହିଛନ୍ତି ଯେ ଦୁର୍ଘଟଣାରେ ବୁଡ଼ି ଯାଇଥିବା ୪୪ ଜଣ ଲୋକ ପାକିସ୍ତାନର ଥିଲେ । ଏହି ଘଟଣା ପରେ, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରିଛି । ଯେଉଁଥିରେ କୁହାଯାଇଥିଲା ଯେ, \”ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ମରକ୍କୋରେ ଥିବା ସେମାନଙ୍କର ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି । ଏହା ସହିତ, ପାକିସ୍ତାନୀ ନାଗରିକମାନଙ୍କୁ ସାହାଯ୍ୟ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ମରକ୍କୋରେ ଥିବା ପାକିସ୍ତାନୀ ଦୂତାବାସର ଏକ ଦଳ ପଠାଯାଇଛି ।

Leave A Reply

Your email address will not be published.