ଶପଥ ପରେ ମୋଦିଙ୍କୁ ଭେଟିବାକୁ ଆସିବେ ଟ୍ରମ୍ପ

0 81

ନୂଆଦିଲ୍ଲୀ, : ଡୋନାଲ୍ଡ ଟ୍ରମ୍ପୟ ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି । ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି । କିନ୍ତୁ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିନାହାନ୍ତି । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପାଇଁ ବୈଦିଶିକ ମନ୍ତ୍ରୀ ଜୟଶଙ୍କର ପ୍ରତିନିଧିତ୍ୱ କରିବେ । ତେବେ ମୋଦିଙ୍କୁ ନିମନ୍ତ୍ରଣ ହୋଇ ନ ଥିବା ନେଇ ଚର୍ଚ୍ଚା ବେଶ୍ ଖୋରାକ ଯୋଗାଉଛି । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶପଥ ଗ୍ରହଣ ପରେ ଟ୍ରମ୍ପ ବହୁତ ଶୀଘ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି । ଏନେଇ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ସୂଚନା ଦେଇଛନ୍ତି । ସେ ବହୁତଶୀଘ୍ର ଭାରତ ଗସ୍ତ କରିପାରନ୍ତି । କିମ୍ବା ମୋଦିଙ୍କୁ ହ୍ୱାଇସ ହାଉସ ପାଇଁ ନିମନ୍ତ୍ରଣ ହୋଇପାରେ। ସେହିପରି ଚାଇନା ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଟ୍ରମ୍ପ ଚାଇନା ଗସ୍ତ କରିପାରନ୍ତି । ଟ୍ରମ୍ପଙ୍କ ଶପଥ ଉତ୍ସବ ପାଇଁ
ଦେଶର ପ୍ରଥମ ମହିଳା ହେବାକୁ ଯାଉଥିବା ମେଲାନିଆ ଏବଂ ପୁଅ ବାରୋନଙ୍କ ସହିତ ଏକ ସ୍ୱତନ୍ତ୍ର ବିମାନରେ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିର୍ବାଚନ ପ୍ରଚାର ସମୟରେ ଚାଇନା ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଧମକ ଦେଇଥିବା ଟ୍ରମ୍ପ ସି ଜିନପିଙ୍ଗଙ୍କ ସହ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଚାହୁଁଛନ୍ତି, କାରଣ ଚାଇନାକୁ ଆମଦାନୀ ଉପରେ ଅଧିକ ଶୁଳ୍କ ଲଗାଇବାର ଧମକ ଯୋଗୁଁ ତାଙ୍କ ମଧ୍ୟରେ ତିକ୍ତତା ଆସିଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ ଟ୍ରମ୍ପଙ୍କ ନିକଟତରଙ୍କ ଅନୁସାରେ ତାଙ୍କର ସମ୍ଭାବ୍ୟ ଭାରତ ଗସ୍ତ ବିଷୟରେ ପରାମର୍ଶଦାତାଙ୍କ ସୂଚନା ଦେଇଛନ୍ତିୟ ଏହି ଗସ୍ତ ଚଳିତ ବର୍ଷ ଏପ୍ରିଲ ଆରମ୍ଭରେ କିମ୍ବା ଶେଷ ଭାଗରେ ହୋଇପାରେୟ କିମ୍ବା ହ୍ୱାଇଟ ହାଉସ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ ଉପରେ ମଧ୍ୟ ବିଚାର କରାଯାଉଛି ।

Leave A Reply

Your email address will not be published.