ରାମ ନବମୀରେ ଦ୍ୱିପହର ୧୨ଟାରେ ରାମଲାଲାଙ୍କ ହେବ ଜନ୍ମ : ଚମ୍ପତ ରାୟ

0 128

ଅଯୋଧ୍ୟା,: ରାମ ଜନ୍ମଭୂମିରେ ରାମ ଜନ୍ମୋତ୍ସବ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଧୂମଧାମରେ ପାଳନ କରାଯାଉଛି । ଜନ୍ମୋତ୍ସବରେ ପ୍ରତିଦିନ ଶ୍ରୀ ରାମଲାଲାଙ୍କ ଆଗରେ ସନ୍ଧ୍ୟାରେ ବଧାଇ ଗାୟନ ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ହେଉଛି । ମନ୍ଦିର ପରିସରକୁ ଆକର୍ଷକ ଢଙ୍ଗରେ ସଜାଯାଇଛି । ରାମନବମୀ ଅବସରରେ ଛଅ ଅପ୍ରେଲକୁ ରାମଲାଲାଙ୍କ ଜନ୍ମ ହେବ । ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ ଚୈତ୍ର ରାମନବମୀ ଅବସରରେ ଆଗାମୀ ଛଅ ଅପ୍ରେଲ ଦିନ ଦ୍ୱିପ୍ରହର ଠିକ୍ ୧୨ଟାରେ ରାମଲାଲାଙ୍କ ଜନ୍ମ ହେବ । ସେହି ସମୟରୁ ତାଙ୍କ କୁଳଦେବତା ସୂର୍ଯ୍ୟ ନିଜ କିରଣରୁ ପରବର୍ତି ଚାରି ମିନିଟ୍ ପର୍ଯ୍ୟନ୍ତ ତାଙ୍କ ଅଭିଷେକ କରିବେ । ସୂର୍ଯ୍ୟ ତିଳକଙ୍କ ସିଧା ଲାଇଭ ପ୍ରସାରଣ ହେବ । ରାମନବମୀକୁ ଭୋର୍ ସମୟରେ ଭଗବାନଙ୍କ ଅଭିଷେକ ପ୍ରାତଃ ୯ଟା ୩୦ ମିନିଟ୍ରୁ ଏକ ଘଣ୍ଟା ପର୍ଯ୍ୟନ୍ତ କରାଯିବ । ଅଭିଷେକ କରିବା
ପରେ ଭଗବାନଙ୍କ ଶୃଙ୍ଗାର ହେବ । । ଏହାପରେ ଭଗବାନଙ୍କୁ ୫୬ ଭୋଗ ଲଗାଯିବ । ଭଗବାନ ଶ୍ରୀରାମ ସୂର୍ଯ୍ୟବଂଶରେ ଜନ୍ମ ନେଇଛନ୍ତି । ଏଥିପାଇଁ ସୂର୍ଯ୍ୟ ତିଳକର କାର୍ଯ୍ୟକ୍ରମ ହେଉଛି । ମନ୍ଦିରରେ ସକାଳ ୮ଟା ୩୦ ମିନିଟ୍ରୁ ଶ୍ରୀରାମ ଚରିତ ମାନସ ଏବଂ ବାଲ୍ମିକୀ ରାମାୟଣର ରାମନବମୀ ପର୍ଯ୍ୟନ୍ତ ନବାହ୍ନ ପାଠ କରାଯାଉଛି । ରାମ
ଜନ୍ମଭୂମି ପରିସରର ଅଂଗଦ ଟିଲାରେ ସନ୍ଧ୍ୟାରେ ରାମ ଭକ୍ତଙ୍କୁ ଶ୍ରୀରାମ କଥାରେ ଭଗବାନ ଲୀଳାର ବ୍ୟାଖ୍ୟାନ ବୃନ୍ଦାବନର ଚର୍ଚ୍ଚିତ ରାମକଥା ବାଚକ ଅତୁଲ କୃଷ୍ଣ ଭରଦ୍ୱାଜଙ୍କ ଦ୍ୱାରା ଶୁଣାଯାଉଛି । ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ରାମ ମନ୍ଦିରରେ ଦର୍ଶନ କରୁଛନ୍ତି । ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମଙ୍ଗଳବାର ଦିନ ରାମନବମୀରେ ବିପୁଳ ସଂଖ୍ୟାରେ ଭିଡ଼ର ସମ୍ଭାବନାକୁ ଦେଖି ଭିଡିକ୍ଷ ଜାରି କରି ରାମ ଭକ୍ତମାନଙ୍କ ମଧ୍ୟର ସମସ୍ତ ସୂଚନା ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.