ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Tribute to Gandhiji at Rajghat President and Prime Minister said

0 83

ନୂଆଦିଲ୍ଲୀ,: ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୭ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଜଘାଟଠାରେ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜଘାଟଠାରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ ଡିଫେନ୍ସ
ଷ୍ଟାଫ(ସିଡିଏସ) ଏବଂ ତିନି ସେନାର ମୁଖ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ\’ରେ ମଧ୍ୟ ଏକ ପୋଷ୍ଟ କରି ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ମୋଦି ଲେଖିଛନ୍ତି, ବାପୁଙ୍କୁ
ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ଆଦର୍ଶ ଆମକୁ ଏକ ବିକଶିତ ଭାରତ ଗଢ଼ିତୋଳିବାରେ ପ୍ରେରଣା ଦେଉଛି । ଦେଶ ପାଇଁ ଜୀବନ ବଳି ଦେଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ସେମାନଙ୍କ ସେବା ଓ ତ୍ୟାଗର ସ୍ମୃତିଚାରଣ କରୁଛି ।

Leave A Reply

Your email address will not be published.