ନୂଆଦିଲ୍ଲୀ,: ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ସୋମବାର ଦିନ ଆଲିପୁର ରୋଡ଼ରେ ଥିବା ବାବା ସାହେବ ଆମ୍ବେଦକର ମେମୋରିଆଲ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତିା ସେ କହିଥିଲେ ଯେ, ସାମାଜିକ ସଦ୍ଭାବ ଏକତା ଏବଂ ମାନବାଧିକାର ପ୍ରତି ସମର୍ପିତ ବାବା ସାହେବଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପ୍ରଦେଶ ଭାଜପା ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା, ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଘ, କେନ୍ଦ୍ରୀ ମନ୍ତ୍ରୀ ବିରେନ୍ଦ୍ର କୁମାର ଏବଂ ବିଏଲ ବର୍ମା ଏବଂ ସାଂଦ ଯୋଗେନ୍ଦ୍ର ଚନ୍ଦୋଲିୟା ଏବଂ ଭାଜପା ର ରାଷ୍ଟ୍ରୀୟ ମିଡ଼ିଆ ସହ ସଂଯୋଜକ ସଂଜୟ ମୟୁଖ ମଧ୍ୟ ଆମ୍ବେଦକରଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କୁ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମ ଦିଲ୍ଲୀ ବିଜେପି ଦ୍ୱାରା ଆୟୋଜିତ ହୋଇଥିଲା । ସୋମବାର ଆମ୍ବେଦକର ଜୟନ୍ତୀରେ ଦିଲ୍ଲୀ ବିଜେପି ସମସ୍ତ ୨୫୬ ମଣ୍ଡଳରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ଅବସରରେ ଦିଲ୍ଲୀ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ମୋହନ ଲାଲ ଗିହାରା, ମହିଳା ମୋର୍ଚ୍ଚା ସଭାପତି ରିଚା ପାଣ୍ଡେ ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ସାଗର ତ୍ୟାଗୀ ଏବଂ ଶହ ଶହ ବିଜେପି କର୍ମୀ ଉପସ୍ଥିତ ଥିଲେ ।