ମୁମ୍ବାଇ, : ବଲିଉଡ୍ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାୱତ ସୋମବାର ଏକ ସାକ୍ଷାକ୍ରାରରେ କହିଛନ୍ତି, ୨୦୧୮ରେ ରିଲିଜ୍ ହୋଇଥିବା “ପଦ୍ମାବତ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଁସାଲୀ ଅଫର ଦେଇଥିଲେ । ତେବେ ଏହି ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ଅ ଭିନୟ କରିଥିଲେ । ସାକ୍ଷାକ୍ରାରରେ କଙ୍ଗନା ହିନ୍ଦୀ ସିନେମାର ନାମୀ ଫିଲ୍ମ ନିର୍ମାତା ଓ ନିଦେ୍ର୍ଦଶକଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବଲିଉଡ୍ ଇଣ୍ଡଷ୍ଟ୍ରିର ନାମୀ ନିଦେ୍ର୍ଦଶକ ଓ ଫିଲ୍ମ ନିର୍ମାତାମାନେ ତାଙ୍କ ଫିଲ୍ମରେ ମହିଳା କଳାକାରମାନଙ୍କୁ ଯେପରି ଉପସ୍ଥାପନ କରନ୍ତି, ତାହା ତାଙ୍କୁ ପସନ୍ଦ ଆସେ ନାହିଁ ବୋଲି କଙ୍ଗନା କହିଛନ୍ତି । ସେ ଆହୁରି କହିଛନ୍ତି, ଜଣେ ମହିଳା କଳାକାର ଭାବେ ସେ ଏପରି ଫିଲ୍ମରେ କାମ କରିବାକୁ ·ହାନ୍ତି, ଯେଉଁଥିରେ ଅଭିନେତ୍ରୀ ଭାବେ ତାଙ୍କ ଚରିତ୍ର ଗୁରୁତ୍ୱ ବହନ କରୁଥିବ । ବଡ଼ ବଡ଼ ନିଦେ୍ର୍ଦଶକଙ୍କ ଫିଲ୍ମରେ ମଧ୍ୟ ଲିଡ୍ ଫିମେଲ ଆକ୍ଟରଙ୍କର ଅଭିନୟ ଅତି ବେଶିରେ ୧୦ରୁ ୧୫ ମିନିଟ ରହିଥାଏ । ଉକ୍ତ ଫିଲ୍ମଗୁଡ଼ିକ ପୂରାପୂରି ଭାବେ ମୁଖ୍ୟ ଅଭିନେତାଙ୍କୁ କେନ୍ଦ୍ର କରି ହୋଇଥାଏ । ଏହି ମାନସିକତା ଠିକ୍ ନୁହେଁ ବୋଲି କଙ୍ଗନା କହିଛନ୍ତି । “ପଦ୍ମାବତ’ ଫିଲ୍ମରେ ଦୀପିକାଙ୍କ ଚରିତ୍ରର ବିଶେଷ ଭୂମିକା ନ ଥିଲା । ଦୀପିକା ପୂରା ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରରେ କେବଳ ନିଜକୁ ସଜେଇ ହେଉଥିଲେ ବୋଲି କହି କଙ୍ଗନା କଟାକ୍ଷ କରିଛନ୍ତି ।