ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ସକାଳେ ସାକ୍ଷାତ କରିଛନ୍ତି । ଗତ ୪୮ ଘଣ୍ଟା ଭିତରେ ଡୋଭାଲ ଦ୍ୱିତୀୟ ଥର ପିଏମ୍ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିଛନ୍ତି । ପାକିସ୍ତାନ ସହ ଯେଉଁଭଳି ଭାବରେ ବିବାଦୀୟ ସ୍ଥିତି ରହିଛି, ତାକୁ ଦେଖି ଏହି ସାକ୍ଷାତ ଖୁବ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ସେପଟେ ଭାରତ ସରକାର ସାରା ଦେଶରେ ୭ ମଇକୁ ମକ୍ ଡ୍ରିଲ୍ କରିବା କଥା କହିଛନ୍ତି । ଏହି ଡ୍ରିଲ୍ ପ୍ରତି ଜିଲ୍ଲାରେ କରାଯିବ ଓ ଏହି ସମୟରେ ଲୋକଙ୍କୁ କୁହାଯିବ କିଭଳିଭାବରେ ଆକ୍ରମଣର ମୁକାବିଲା କରିବେ । କିଭଳି ଲୋକଙ୍କୁ ନିଜର ସନ୍ତାନ, ମହିଳା ଏବଂ ବୟସ୍କଙ୍କ ଜୀବନ ବଞ୍ଚାଇବାକୁ ହେବ । ୧୯୭୧ ପରେ ଏଭଳି ଭାବରେ ମକ୍ ଡ୍ରିଲ୍ କରାଯିବ । କୁହାଯାଉଛି ଯେ, ପହଲଗାମ୍ ହମଲା ପରେ ପାକିସ୍ତାନର ମୁକାବିଲା ପାଇଁ ଏଭଳି ପ୍ରସ୍ତୁତି କରାଯାଉଛି । ଅଜିତ
ଡୋଭାଲଙ୍କ ବ୍ୟତୀତ ପିଏମ୍ ମୋଦି ବହୁ ବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନଙ୍କ ବ୍ୟତୀତ ତିନି ସେନା ମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ସେପଟେ ପାକିସ୍ତାନ ମଧ୍ୟ ଯୁଦ୍ଧ ମୁକାବିଲାର ସବୁ ପ୍ରସ୍ତୁତି କରୁଛି । ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସହ ହୁ ନେତା ଲଗାତାର ଆର୍ଲଟ ମୋଡରେ ଅଛନ୍ତି । ଏଲଓସିରେ କେବେ ବି ଭାରତ ପକ୍ଷରୁ ଆକ୍ରମଣ ହୋଇପାରେ । କେବଳ ସେତିକି ନୁହେଁ ପାକିସ୍ତାନ ଏବେ ଆଇଏସଆଇ ଚିଫ୍ ଆସିମ ମଲିକଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କରିଛି । ଭାରତ ମଧ୍ୟ ପାକିସ୍ତାନ ବିରୋଧରେ କୁଟନୈତିକ ଆକ୍ସନ ନେଇଛି । ବ୍ରିଟେନ୍, ଜର୍ମାନୀ, ଫ୍ରାନ୍ସ ସହିତ ବହୁ ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଭାରତ କହିଛି ପହଲଗାମ୍ ଆତଙ୍କୀ ହମଲା କିଏ କରିଛି ଓ ତା\’ର କ\’ଣ ପ୍ରସ୍ତୁତି ଥିଲା । କେବଳ ସେତିକି ନୁହେଁ ପାକିସ୍ତାନ ଏହି ମାମଲାକୁ ଜାତିସଂଘର ସୁରକ୍ଷା ପରିଷଦରେ ଉଠାଇଛି । ତେବେ ସେଠାରେ ମଧ୍ୟ ପାକିସ୍ତାନକୁ ଝଟକା ମିଳିଛି । କାରଣ ସେଠାରେ ମଧ୍ୟ କୌଣସି ସଦସ୍ୟ ତା\’ର ସାଥ୍ ଦେଇ ନାହାନ୍ତି । ଓଲଟା ପଚାରିଥିଲେ ଆକ୍ରମଣରେ ଲସ୍କର-ଇ-ତୋଇବାର ହାତ ନାହିଁ ତ? ଉଲ୍ଳେଖନୀୟ ଯେ, ଗତ ୨୨ ଏପ୍ରିଲରେ ହୋଇଥିବା ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କୀ ହମଲା । ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କୀ ।