ନୂଆଦିଲ୍ଲୀ,୧/୨/୨୦୨୫/ : (ହି.ସ)ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି । ଏହା ସହିତ ଚାଷୀଙ୍କୁ ଡିଏପିସ୍ ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ନାହିଁ ଏବଂ ସେମାନେ ସାର ଉପରେ ଅଧିକ ସବସିଡି ପାଇପାରିବେ । ଡିଏପି ଉତ୍ପାଦନ କରୁଥିବା କମ୍ପାନୀଗୁଡିକୁ ଦିଆଯାଇଥିବା ସବସିଡି ବ୍ୟତୀତ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ । ୨୦୨୫ର ପ୍ରଥମ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଡିଏପି ସାର ଉତ୍ପାଦନକାରୀଙ୍କୁ ଆରାମ ପ୍ରଦାନ କରିଛନ୍ତି । ଏହା ଅଧୀନରେ ସବସିଡି ବ୍ୟତୀତ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଅନୁମୋଦନ ମଧ୍ୟ ଦିଆଯାଇଛି । ଏହି ନିଷ୍ପତ୍ତିଗୁଡିକର ଉଦ୍ଦେଶ୍ୟ ହେଉଛି କୃଷି ଉତ୍ପାଦନ ବୃଦ୍ଧି, କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ଏବଂ ଅତ୍ୟାବଶ୍ୟକ ସାର ପାଇଁ ସୁଲଭ ସୁବିଧା ଯୋଗାଇବା । କେନ୍ଦ୍ର କ୍ୟାବିନେଟର ଆଉ ଏକ ନିଷ୍ପତ୍ତି ମଧ୍ୟ ଆସିଛି ଯେଉଁଥିରେ କୃଷକମାନଙ୍କ ପାଇଁ ବୀମା ଯୋଜନାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରସ୍ତାବ ଅନୁମୋଦନ କରାଯାଇଛି । ଫସଲ ବୀମା ଯୋଜନାକୁ ସରଳ କରିବାକୁ ଏହାର ନିୟମ ଏବଂ ନିୟମାବଳୀରେ ସଂଶୋଧନ କରାଯିବ । ଏହା ସହିତ ଫସଲ ଶସ୍ତା ଦରରେ ଏବଂସହଜ ନିୟମ ଅନୁଯାୟୀ ବୀମାଭୁକ୍ତ ହେବା
ପାଇଁ ବ୍ୟବସ୍ଥା କରାଯିବ । ୨୦୨୫ ବର୍ଷର ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଡିଏପି ଉପରେ ସବସିଡି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ୟାକେଜ ଏକ ବର୍ଷ ପାଇଁ ପ୍ରଯୁଜ୍ୟ ହେବ ଯଥା ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଏହା ଉପଲବ୍ଧ ହୋଇପାରିବ । ଡିଏପି ସାର ଉତ୍ପାଦନକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ଏହି ପ୍ୟାକେଜ ଅନୁମୋଦନ କରିଛନ୍ତି ଏବଂ କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି । ଶ୍ରୀ ମହାଲିଙ୍ଗ ଆହୁରି କହିଛନ୍ତି ଯେ କୌଣସି ଗରିବ ଲୋକ ଯେପରି
ସ୍ୱାସ୍ଥ୍ୟ କାର୍ଡରୁ ବଞ୍ଚିତ ହେବେ ନାହିଁ ତାହାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟର କୋଟିଏ ପରିବାର ସ୍ୱାସ୍ଥ୍ୟ କାର୍ଡ ପାଇବେ । ୨୦୨୫ରେ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବେପ୍ଲବିକ ପରିବର୍ତ୍ତନ ଆସିବ । ନୂଆ ମେଡିକାଲ କଲେଜ, ନର୍ସିଂ କଲେଜ, ଡିଜିଟାଲ ହେଲ୍ପ ମିସନ ଭଳି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।