ଟାରିଫ୍ ୱାର୍ ମଧ୍ୟରେ ଆମେରିକାକୁ ଡାଳିମ୍ବ ପଠାଇଲା ଭାରତ

0 99

ନୂଆଦିଲ୍ଲୀ, : ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଏକ ନୂଆ ବାଣିଜ୍ୟିକ ଚୁକ୍ତି, ଭାରତୀୟ ଡାଳିମ୍ବକୁ ଆମେରିକୀୟ ବଜାରରେ ପହଞ୍ଚାଇ ଦେଇଛି । ୪,୨୦୦ଟି ବାକ୍ସ ଡାଳିମ୍ବ ସମୁଦ୍ର ପଥ ଦେଇ ନ୍ୟୁୟର୍କରେ ପହଞ୍ଚିଛି । ଏହି ଚୁକ୍ତି କାରଣରୁ ଗତବର୍ଷ ଡାଳିମ୍ବର ଏକ୍ସପୋର୍ଟରେ ବୃଦ୍ଧି ଘଟିଛି । ଆଶା ରହିଛି କି, ଏଥିରେ ଭାରତ ଓ ଆମେରିକା ମଧ୍ୟରେ ୨୦୩୦ ସୁଦ୍ଧା ଟ୍ରେଡ଼୍‌କୁ ୫୦୦ ବିଲିୟନ ଡଲାର ଯାଏ ପହଞ୍ଚାଇବାରେ ମଧ୍ୟ ସହଜ ହେବ । ପୂର୍ବରୁ ଆମେରିକାରେ ଭାରତୀୟ ଡାଳିମ୍ବ ପଠାଇବା ସହଜ ନଥିଲା । ଦୃଢ ନିୟମ ଓ ଦୀର୍ଘ ଦୂରତା କାରଣରୁ ଚାଷୀଙ୍କୁ ଅସୁବିଧା ହେଉଥିଲା । କିନ୍ତୁ ୨୦୨୩ରେ ଭାରତ ଓ ଆମେରିକା ଏକ ସ୍ୱତନ୍ତ୍ର ଚୁକ୍ତି କଲେ, ଏହି ଅନୁସାରେ ଭାରତୀୟ ଡାଳିମ୍ବକୁ ସମୁଦ୍ର ପଥରେ ଆମେରିକା ପଠାଗଲା । ମହାରାଷ୍ଟ୍ର, ଯାହା ଭାରତର ସବୁଠୁ ବଡ଼ ଡାଳିମ୍ବ ଉତ୍ପାଦକ ରାଜ୍ୟ । ଏହି ଚୁକ୍ତିରେ ସବୁଠୁ ଅଧିକ ଫାଇଦା ଉଠାଉଛି । ନୂଆଦିଲ୍ଲୀରୁ ଫେବ୍ରୁଆରୀ ୨୦୨୪ରେ ଆମେରିକା ପାଇଁ ୪,୨୦୦ଟି ବାକ୍ସ ବା ୧୨.୬ ଟନ୍ ଫଳର ସାମଗ୍ରୀକୁ ସବୁଜ ପତାକା ଦେଖାଯାଇଥିଲା । ଏହାପରେ ସାମଗ୍ରୀ ଏବେ ନ୍ୟୁୟର୍କରେ ପହଞ୍ଚି ଯାଇଛି । ଏପିଇଡିଏ ଚାଷୀଙ୍କ ସାହାଯ୍ୟ ପାଇଁ ଅନେକ ପଦକ୍ଷେପ ନେବ । ସେ ଡାଳିମ୍ବକୁ ସଠିକ୍‌ ଉପାୟରେ ପ୍ୟାକ୍ କରିବା ଓ ତାଜା ରଖିବାର ଟ୍ରେନିଂ ଦେଇଛି । ଏହା ବ୍ୟତୀତ ଏପିଇଡିଏର ଅଧ୍ୟକ୍ଷ ଅଭିଷେକ ଦେବ କହିଛନ୍ତି ଯେ, ଭାରତୀୟ ଆମ୍ବ ପୂର୍ବରୁ ହିଁ ପାଖାପାଖି ୩,୫୦୦ ଟନ୍ ବାର୍ଷିକ ରପ୍ତାନୀ ଯାଏ ପହଞ୍ଚି ସାରିଛି ଏବଂ ଆମର ଆଶା ଯେ, ଆଗାମୀ ବର୍ଷ ଗୁଡ଼ିକରେ ଡାଳିମ୍ବ ମଧ୍ୟ ଏମିତି ହିଁ ବହୁ ସଂଖ୍ୟାରେ ପହଞ୍ଚିବ । ଆମେରିକା ସହ ଭାରତ ପକ୍ଷରୁ ବିଟିଓକୁ ଆହୁରି ମଜବୁତ୍ କରିବା କଥା ଚାଲିଛି । ଏହାର ଫଳ ସ୍ୱରୂପ ସାମୁଦ୍ରିକ ପଥରେ ଭାରତୀୟ ଡାଳିମ୍ବ ଆମେରିକାର ବଜାର ଗୁଡ଼ିକରେ ପହଞ୍ଚୁଛି । ଡାଳିମ୍ବ ରପ୍ତାନୀରେ ୨୦୨୫ରେ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ଏହାର ଏକ୍ସପୋର୍ଟ ବାର୍ଷିକ ୨୧ପ୍ରତିଶତରୁ ବଢି ୫୯.୭୬ ମିଲିୟନ ଡଲାର ହୋଇ ଯାଇଛି । ଭାରତର ଡାଳିମ୍ବ ଆମେରିକା ବ୍ୟତୀତ ୟୁଏଇ, ବାଂଲାଦେଶ, ନେପାଳ, ନେଦରଲ୍ୟାଣ୍ଡ, ସାଉଦୀଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ବାହାରିନ୍‌, ଓମାନ ଭଳି ଦେଶକୁ ମଧ୍ୟ ଯାଇଥାଏ ।

Leave A Reply

Your email address will not be published.