କଂଗ୍ରେସ ଦ୍ରୁତଗତିରେ ମୁଖା ବଦଳାଉଛି: ମୋଦି

0 96

ନୂଆଦିଲ୍ଲୀ, : ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି କଂଗ୍ରେସକୁ ସିଧା ନିଶାନା କରିଛନ୍ତି । ବାବା ସାହେବ ଆମ୍ବେଦକରଙ୍କ କଥା ଉଠାଇ କଂଗ୍ରେସକୁ ନିଶାନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବାବା ସାହେବଙ୍କୁ କଂଗ୍ରେସ କେବେ ସମ୍ମାନ ଦେଉନଥିଲା । ଏଥିପାଇଁ କଂଗ୍ରେସକୁ ଆଜି ରଙ୍ଗ ବଦଳାଇବାକୁ ପଡ଼ିଲା ।
ଏଥିପାଇଁ ଦେଶର ସବୁଠୁ ପୁରୁଣା ପାର୍ଟିର ଏଭଳି ଅବସ୍ଥାୟ ଏସସି, ଏସଟିଙ୍କ ବିକାଶ ପାଇଁ ବାବା ସାହେବ ରୋଡ ମ୍ୟାପ ତିଆରି କରିଥିଲେ । ଆମ୍ବେଦକରଙ୍କ ନାମକୁ ନେଇ କଂଗ୍ରେସ ପୂର୍ବରୁ ବିରକ୍ତ ହେଉଥିଲା । ଆଜି କଂଗ୍ରେସ ବାଧ୍ୟ ହୋଇ ଜୟ ଭୀମ କହିବାକୁ ବାଧ୍ୟ ହୋଇଛି । କଂଗ୍ରେସ ଆମ୍ବେଦକରଙ୍କୁ ଭାରତ ରତ୍ନ ପାଇବାକୁ ଯୋଗ୍ୟ ମନେ କରିନଥିଲା । କଂଗ୍ରେସ ଦ୍ରୁତ ଗତିରେ ମୁଖା ବଦଳାଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟସଭାରେ ସମ୍ବୋଧନବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ
କଂଗ୍ରେସ ଏତେ ବଡ଼ ଦଳ ଗୋଟିଏ ପରିବାର ପ୍ରତି ସମର୍ପିତ । ମିଥ୍ୟା, ଭ୍ରଷ୍ଟାଚାର ଓ ତୁଷ୍ଟୀକରଣକୁ ନେଇ ଚାଲିଛି । କିନ୍ତୁ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ଚାହୁଁଛୁ । ସବକା ସାଥ, ସବକା ବିକାଶ ଆମର ଲକ୍ଷ୍ୟ । ନିର୍ବାଚନ ଆସିଲେ ଯୁବରାଜଙ୍କୁ ଦେଖିବାକୁ ମିଳେ । କେବଳ ଯୋଜନା କଲେ ହେବନି, ପହଞ୍ଚାଇବାକୁ ହେବ । ଓବିସି ଆୟୋଗକୁ ସାମ୍ବିଧାନିକ ଦାବି ହେଉଥିଲା । ୩ ଦଶନ୍ଧି ହେଲା ହୋଇପାରୁନଥିଲା, ଆଜି ପୂରଣ ହୋଇଛି । ଓବିସି ବର୍ଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ସଂରକ୍ଷଣ ବ୍ୟବସ୍ଥାକୁ ଏସସି, ଏସଟି ବର୍ଗ ବି ସମର୍ଥନ
କରିଛନ୍ତି । ବିକାଶର ନାରୀଶକ୍ତି ଯୋଗଦାନକୁ ଅସ୍ୱୀକାର କରି ହେବନି । ଏଥିପାଇଁ ନାରୀଶକ୍ତି ବନ୍ଧନ ଅଧିନିୟମ ଆଣିଲୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପିଏମ ବିଶ୍ୱକର୍ମା ଯୋଜନା ବିନା ସମାଜର ବିକାଶ ଅସମ୍ଭବ । ପୂର୍ବରୁ କଂଗ୍ରେସ କେବେ ବି ଏଥିପ୍ରତି ଧ୍ୟାନ ଦେଇନଥିଲା । ମୁଦ୍ରା
ଯୋଜନାରେ ବିନା ଗ୍ୟାରେଣ୍ଟିରେ ଋଣ ଦେବା ଆରମ୍ଭ କଲୁ । ବିନା ଗ୍ୟାରେଣ୍ଟିରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ଆରମ୍ଭ କଲୁ । ଗରିବ ଓ ବଞ୍ଚିତ ସମୁଦାୟ ଲୋକଙ୍କ ପାଇଁ କାମ କରୁଛୁ । ଆଗରୁ ଖେଳନା ଆମଦାନି କରୁଥିଲୁ, ଏବେ ୩ ଗୁଣା ରପ୍ତାନି । ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ୪୦ହଜାର କୋଟି ଖର୍ଚ୍ଚ କରିଛୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.