ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍ ପ୍ୟାଡ୍ ଭାବରେ ଏହାକୁ ଉପଯୋଗ କରାଯିବ । ଏହା ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନର ଉତକ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ । ଏହି ପ୍ରକଳ୍ପର ଜାତୀୟ ଗୁରୁତ୍ୱ ରହିଛି । ଟିଏଲପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ । ଏହା କେବଳ ଏନଜିଏଲଭି ନୁହେଁ, ବରଂ ସେମିକ୍ରାୟୋଜେନିକ ପର୍ଯ୍ୟାୟ ସହିତ ଏଲଭିଏମ୩ ଯାନ ତଥା ଏନଜିଏଲଭିର ଉନ୍ନତ ବିନ୍ୟାସ ବା କନଫିଗୁରେସନକୁ ମଧ୍ୟ ସମର୍ଥନ କରିପାରିବ । ପୂର୍ବବର୍ତ୍ତୀ ଲଞ୍ଚ୍ ପ୍ୟାଡ ପ୍ରତିଷ୍ଠା ଏବଂ ବର୍ତ୍ତମାନ ଲଞ୍ଚ କମ୍ପେ୍ଲକ୍ସ ସୁବିଧାଗୁଡ଼ିକୁ ଅନ୍ୟମାନଙ୍କ
ଉପଯୋଗ ପାଇଁ ସର୍ବାଧିକ ସୁବିଧା ଦେବାରେ ଇସ୍ରୋର ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଉପଯୋଗ କରି ଶିଳ୍ପ କ୍ଷେତ୍ରର ସର୍ବାଧିକ ଅଂଶଗ୍ରହଣ ଜରିଆରେ ଏହା ସାକାର ହେବ । ମୋଟ ପାଣ୍ଠି ଆବଶ୍ୟକତା ହେଉଛି ୩୯୮୪.୮୬ କୋଟି ଟଙ୍କା ଏବଂ ଏଥିରେ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା ଏବଂ ଆନୁସଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଭାରତୀୟ ମହାକାଶ ଇକୋସିଷ୍ଟମକୁ ଅଧିକ ମହାକାଶଯାନ ଉତକ୍ଷେପଣ ଏବଂ ମାନବ ମହାକାଶ ଉଡ଼ାଣ ଓ ମହାକାଶ ଅନୁସନ୍ଧାନ ମିଶନ ହାତକୁ ନେବା ପାଇଁ ଜାତୀୟ କ୍ଷମତାକୁ ସକ୍ଷମ କରିବ ।
ଇସ୍ରୋର ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର
Prev Post
ସବୁଠି ଚାଲିଛି ମିଲର୍ଙ୍କ ରାଜୁତି, ମିଲର୍ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ
Next Post