ଥେରୁବାଲୀ,: କାରଖାନା ପରିସରରେ ଓ ପରିସର ବାହାରେ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଥିବା ଇମ୍ଫା ଥେରୁବାଲି ତରଫରୁ ଆନୁଷ୍ଠାନିକ ଭାବେ କାରଖାନା ପରିସରରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହୋଇଛି । ଯାହା ସ୍ଥାନୀୟ କାର୍ଯ୍ୟସ୍ଥଳରରେ ସୁରକ୍ଷା ଦିଗରେ ଏହାର ଏକନିଷ୍ଠ ପ୍ରତିବଦ୍ଧତାକୁ ପରିପ୍ରକାଶ କରିଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିନୀତ ଷଡଙ୍ଗୀ, ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ ବିଭଗ, ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହେଲା ବୋଲି ଉଦ୍ଘୋଷଣା କରିଥିଲେ । ଉତ୍ସବରେ ଉପସ୍ଥିତ ସମସ୍ତ ଠିକା ଶ୍ରମିକ, ସ୍ଥାୟୀ ଶ୍ରମିକ, କର୍ମଚାରୀ, ବିଭାଗୀୟ ମୁଖ୍ୟ ସମୂହ, ସୁରକ୍ଷା ଶପଥ ଓଡିଆ, ଇଂରାଜୀ ଓ ହିନ୍ଦୀରେ ପାଠ କରିଥିଲେ । ମୁଁ ସୁରକ୍ଷିତ ରହିବାକୁ
ପ୍ରତିବଦ୍ଧ ଉଲ୍ଲେଖ ଥିବା ଏକ ପ୍ରାଚୀର ପତ୍ରରେ ଦସ୍ତଖତ କରି ଏକ ସ୍ୱାକ୍ଷର ଅଭିଯାନର ଶୁଭରମ୍ଭ କରିଥିଲେ । ଯାହା କି ପ୍ରତିଟି ଶ୍ରମୀ ଓ କର୍ମଚାରୀଙ୍କ ସୁରକ୍ଷା ଏବଂ ଶାରୀରିକ ସୁସ୍ଥତା ପ୍ରତିଥିବା ବ୍ୟକ୍ତିଗତ ଦାୟିତ୍ୱକୁ ଉତ୍ସାହିତ କରିଥିଲା । ଏହି ଉତ୍ସବରେ ଇମ୍ଫା-ଥେରୁବାଲିର
ଉପସଭାପତି-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ, ଅଶିଷ କୁମାର ରାୟ, ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଦୈନନ୍ଦିନ ଜୀବନରେ ସୁରକ୍ଷା ସଂସ୍କୃତିକୁ ଆପଣେଇବାରେ ସମସ୍ତଙ୍କର ସମୁହ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦ୍ୟୁମ୍ନ ଅଚାର୍ଯ୍ୟ, ଇମ୍ଫାର ବରିଷ୍ଠ ପରିଚାଳକ (ସ୍ୱାସ୍ଥ୍ୟ, ସୁରକ୍ଷା ଓ ପର୍ଯ୍ୟାବରଣ) ସଂଯୋଜନା କରିଥିଲା ବେଳେ, ଇମ୍ଫା, ଲୋକ ସମ୍ପର୍କ ବିଭାଗର ସହକାରୀ ପରିଚାଳକ ଦୀପକ କୁମାର ଓଝା ଓ କନିଷ୍ଠ ଅଧିକାରୀ ମାନସ ମହାପାତ୍ର ସହଯୋଗ କରିଥିଲେ । ପରିଶେଷରେ ଇମ୍ଫା, ମୁଖ୍ୟ କାର୍ଯ୍ୟୟଳୟରୁ ଆସିଥିବା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ପର୍ଯ୍ୟୟବରଣ ବିଭାଗର ମୁଖ୍ୟ ଶ୍ରୀ ପି. ମହେଶ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଆଜିର ଏହି ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଇମ୍ଫା-ଥେରୁବାଲୀର ସୁରକ୍ଷା ଉତ୍କୃଷ୍ଟତା, ବ୍ୟବସ୍ଥାପନା ସମ୍ମତି, ଏବଂ ପ୍ରତିକ୍ରିୟା ସଂକୁଳନ ପ୍ରତି ପ୍ରତିବଦ୍ଧତାକୁ ପୁନଃ ନିର୍ଦ୍ଦେଶ କରିଥିଲା, ଯାହା ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟସ୍ଥଳ ସୁନିଶ୍ଚିତ କରିବାରେ ସହଯୋଗୀ ହୋଇପାରିଛି ।