ଆମେରିକାରେ ଟ୍ରକ୍ ଚଢାଇ ଗୁଳିମାଡ଼ ଘଟଣା, ମୃତୁ୍ୟ ସଂଖ୍ୟା ୧୫କୁ ବୃଦ୍ଧ

0 145

ୱାଶିଂଟନ୍,: ଆମେରିକାରେ ନୂଆବର୍ଷ ପାଳନ ବେଳେ ଜଘନ୍ୟକାଣ୍ଡ । ଆମେରିକାର ନିୟୁ ଅର୍ଲିନରେ ସେଲିବ୍ରେସନରେ ମଜ୍ଜିଥିବା ଲୋକଙ୍କ ଉପରକୁ ପିକଅପ୍ ଟ୍ରକ୍ ଚଢାଇ ଆତଙ୍କୀ ଖେଳିଲା ରକ୍ତର ହୋଲି । ଜାଣିଶୁଣି ଭିଡ଼ ଉପରେ ଗାଡ଼ି ଚଢାଇବା ପରେ ବି ଥମିଲାନି ଉନ୍ମତ୍ତ କାଣ୍ଡ  ଗାଡ଼ିରୁ ଓହ୍ଲାଇ ଆଖିବୁଜା ଗୁଳି ଚଳାଇଥିଲା । ଏହି ଘଟଣାରେ ଏବେ ମୃତୁ୍ୟ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେହିପରି ୩୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଗୁଳିରେ ନିଜେ ଆତଙ୍କୀ ବି ପ୍ରାଣ ହରାଇଛି । ଏଭଳି ଘଟଣାକୁ ସହରର ମେୟର ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛନ୍ତି । ସେହିପରି ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ ଲିଙ୍କ ଥିବା ସନେ୍ଦହ କରାଯାଉଛି । କାରଣ ଆକ୍ରମଣକାରୀଙ୍କ ଗାଡିରୁ ଆଇଏସ୍ଆଇଏସର ପତକା ଥିବା ଦେଖିବାକୁ ମିଳିଛି । ଏଫ୍ବିଆଇ ପୂରା ଘଟଣାର ତଦନ୍ତ ଆରମ୍ଭ କରୁଛି । ବୁଧବାର ରାତି ପ୍ରାୟ ୩ଟା ୧୫ରେ ଫ୍ରେଞ୍ଚ କ୍ୱାର୍ଟରର୍ ବାର୍ବନ ଷ୍ଟ୍ରିଟରେ ଏହି ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରୁ ଏକ ବିସ୍ଫୋରକ ଡିଭାଇସ୍
ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରର ମୃତୁ୍ୟ ହୋଇଥିବା ଏଫବିଆଇ କହିଛି  ମୃତ ଡ୍ରାଇଭର ଜଣକ ୪୨ ବର୍ଷୀୟ ଶାମସୁଦ୍ଦିନ ଜବ୍ଦାର ବୋଲି ଜଣାପଡିଛି । ଏଫବିଆଇ ଏକ ବୟାନରେ କହିଛି ଯେ ଆକ୍ରମଣକାରୀ ବ୍ୟବହାର କରୁଥିବା ଗାଡିରୁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀର ପତାକା ଜବତ କରାଯାଇଛି । ଜବ୍ଦାର ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ ଆମ ଦଳ ଟିମ୍ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.