ନୂଆଦିଲ୍ଲୀ/ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ । ଏହା ପରେ ସେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ସେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ଇ ନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ । ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରମୁଖ ବିଶ୍ୱସ୍ତରୀୟ ନିବେଶ ସମ୍ମିଳନୀର ଲକ୍ଷ୍ୟ ହେଉଛି ରାଜ୍ୟକୁ ପୂର୍ବୋଦୟ ପରିକଳ୍ପନାର ଆଧାର ଏବଂ ଭାରତର ଏକ ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳୀ ତଥା ଶିଳ୍ପ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା । ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିବେ ଯାହା ଏକ ସକ୍ରିୟ ଶିଳ୍ପ ଇକୋସିଷ୍ଟମ୍ ବିକାଶରେ ରାଜ୍ୟର ସଫଳତା ଉପରେ ଆଧାରିତ । ଏହି ଦୁଇ ଦିନିଆ ସମ୍ମିଳନୀ ଜାନୁଆରୀ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ଶିଳ୍ପପତି, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଠି ସେମାନେ ଏକ ପସନ୍ଦଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶା ପ୍ରଦାନ କରୁଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିପାରିବେ । ଏହି ସମ୍ମିଳନୀରେ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନେତାମାନଙ୍କ ମଧ୍ୟରେ ଗୋଲଟେବୁଲ ବୈଠକ, କ୍ଷେତ୍ରୀୟ ଅଧିବେଶନ, ବ୍ୟବସାୟିକ ବୈଠକ ଏବଂ ନୀତିଗତ ଆଲୋଚନା ଆୟୋଜନ କରାଯିବ, ଯାହା ସାରା ବିଶ୍ୱରେ ନିବେଶକମାନଙ୍କ ସହିତ ଲକ୍ଷ୍ୟବଦ୍ଧ ସମ୍ପର୍କ ସୁନିଶ୍ଚିତ nକରିବ । ସେହିପରି ପ୍ରଧାନମନ୍ତ୍ରୀ ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ । ଚଳିତ ଥର ଏହି ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସଂସ୍କରଣ ଉତ୍ତରାଖଣ୍ଡରେ
ଆୟୋଜିତ ହେଉଛି ଏବଂ ଜାନୁଆରୀ ୨୮ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୮ଟି ଜିଲ୍ଲାର ୧୧ଟି ସହରରେ ଅନୁଷ୍ଠିତ ହେବ । ୩୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏହି ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ । ୧୭ ଦିନ ଧରି ୩୫ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିମଧ୍ୟରୁ ୩୩ଟି କ୍ରୀଡ଼ା ପାଇଁ ପଦକ ପ୍ରଦାନ କରାଯିବ ଏବଂ ଦୁଇଟି ପ୍ରଦର୍ଶନୀ କ୍ରୀଡ଼ା ହେବ । ଯୋଗ ଏବଂ ମଲ୍ଲଖମ୍ବକୁ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ାରେ ସାମିଲ କରାଯାଇଛି । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ ।
ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ବିଷୟବସ୍ତୁ \”ସବୁଜ କ୍ରୀଡ଼ା\’ ରଖାଯାଇଛି । ଏହି ସ୍ଥାନ ନିକଟରେ ଏକ ସ୍ୱତନ୍ତ୍ର ପାର୍କ, ଯାହାକୁ ସ୍ପୋର୍ଟସ୍ ଫରେଷ୍ଟ କୁହାଯାଏ, ବିକଶିତ କରାଯିବ, ଯେଉଁଠାରେ ଆଥଲେଟ୍
ଏବଂ ଅତିଥିମାନଙ୍କ ଦ୍ୱାରା ୧୦,୦୦୦ରୁ ଅଧିକ ଚାରା ରୋପଣ କରାଯିବ । କ୍ରୀଡ଼ାବିତମାନଙ୍କ ପାଇଁ ପଦକ ଏବଂ ପ୍ରମାଣପତ୍ର ପରିବେଶ ଅନୁକୂଳ ଏବଂ ଜୈବ ବିଘଟନଶୀଳ ସାମଗ୍ରୀରୁ ପ୍ରସ୍ତୁତ କରାଯିବ ।
ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ
Prime Minister's visit to Odisha and Uttarakhand today
Prev Post