ଅଣ୍ଡରଗ୍ରାଉଣ୍ଡରେ ଦୌଡ଼ିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌: ପୂର୍ତ୍ତମନ୍ତ୍ରୀ

0 168

ଭୁବନେଶ୍ୱର, : ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ନୂଆଁ ଅପଡେଟ୍ ଆସିଛି । ରାଜ୍ୟ ସରକାର ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ଆଲୋଚନା ମଧ୍ୟ ହୋଇସାରିଛି । କୋଲକାତା ମେଟ୍ରୋ ଟ୍ରେନ୍ ଭଳି ଭୁବନେଶ୍ୱର ମେଟ୍ରୋ ରେଳ ଅଣ୍ଡରଗ୍ରାଉଣ୍ଡ ହେବ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜଧାନୀରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ । ମାଟି ତଳେ ଚାଲିବ ମେଟ୍ରୋ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଏହି କାରଣରୁ ଜନଗହଳି ବଢିବାରେ ଲାଗିଛି । ଭୁବନେଶ୍ୱରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି । ସେଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଏହି କାରଣରୁ ଜନଗହଳି ବଢିବାରେ ଲାଗିଛି । ଭୁବନେଶ୍ୱରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି । ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପାଇଁ ତତ୍କାଳୀନ ସରକାରରେ ମୂଳଦୁଆ ପଡ଼ିଥିଲା । ଗତବର୍ଷ ଜାନୁଆରି ପହିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପାଇଁ ତ୍ରିଶୁଳିଆ ନିକଟ ରତଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହୋଇଛି । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ । ପରବର୍ତ୍ତୀ ସମୟରେ ଏହା ଏସସିବି ପର୍ଯ୍ୟନ୍ତ ସଂପ୍ରସାରଣ ହେବ । ଏହା ମଧ୍ୟରେ ମୋଟ ୨୨ଟି ଷ୍ଟେସନ ରହିବ । ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ । ଏହି ପ୍ରକଳ୍ପର ନିର୍ମାଣ କାମ ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.