ହକିରୁ ବନ୍ଦନା କଟାରିୟାଙ୍କ ଅବସର ଘୋଷଣା

0 126

ନୂଆଦିଲ୍ଲୀ, : ଭାରତୀୟ ମହିଳା ହକି ଦଳର ଦମ୍ଦାର ଲିଜେଣ୍ଡ ପ୍ଲେୟାର ବନ୍ଦନା କଟାରିୟା ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର କ୍ୟାରିୟର, ୩୨୦ରୁ ଅଧିକ ମ୍ୟାଚ ୧୫୮ଟି ଗୋଲ କରି ହକି ଟିମ୍ ପାଇଁ ସୁନାମ ଆଣିଥିବା ବନ୍ଦନା ହକିକୁ ବାଏ ବାଏ କହିଛନ୍ତି । ଭାରତୀୟ ହକି ଇତିହାସରେ ୩୨ ବର୍ଷୀୟ ବନ୍ଦନା ସର୍ବାଧିକ ମ୍ୟାଚ ଖେଳିଛନ୍ତି । ୧୫ ବର୍ଷରେ ସ୍ୱର୍ଣ୍ଣିମ କ୍ୟାରିୟରର ଅନ୍ତ ହୋଇଛି । ୨୦୦୯ରେ ସିନିୟର ହକି ଟିମ୍ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ ବନ୍ଦନା କଟାରିୟା । ୨୦୨୦ ଅଲମ୍ପିକରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ଦଳରେ ସାମିଲ ଥିଲେ । ଅଲମ୍ପିକ୍ସରେ ହ୍ୟାଟ୍ରିକ
ଗୋଲ୍ କରିଥିଲେ ବନ୍ଦନା । ଏମିତି କରିବାରେ ସେ ପ୍ରଥମ ଏବଂ ଏକମାତ୍ର ଭାରତୀୟ ମହିଳା ହକି ଖେଳାଳି ହୋଇଥିଲେ । ହରିଦ୍ୱାରର ଶୋଶନାବାଦର ବନ୍ଦନା କଟାରିୟା ଗତ ଫେବୃଆରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଏଫଆଇଏଚ ପ୍ରୋ ଲିଗରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ବନ୍ଦନା ତାଙ୍କ କ୍ୟାରିୟରେ ୩୨୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । ୧୫୮ ଗୋଲ ନିଜ ନାମରେ କରିଛନ୍ତି । ଅବସର ନେଇ ଘୋଷଣା କରି, ବନ୍ଦନା କଟାରିୟା କହିଛନ୍ତି, ମନ କଷ୍ଟ ଅଛି । ମାତ୍ର କୃତଜ୍ଞ ମନରେ ଅନ୍ତର୍ଜାତୀୟ ହକିରୁ ବିଦାୟ ନେଉଛି । ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ମ୍ୟାଚକୁ ତା ବାଟରେ ଛାଡ଼ିବାର ଏକ ବିକଳ୍ପ । କ୍ୟାରିୟର ଶିଖରରେ ପହଞ୍ଚିବା ପରେ ଅବସର ନେବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.