ରଣ୍‌ଜୀ ଟ୍ରଫି: ଫାଇନାଲରେ ବିଦର୍ଭ-କେରଳ

0 82

ଅହମ୍ମଦାବାଦ,: ଚଳିତ ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ । ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ପରାସ୍ତ କରିଥିବା ବେଳେ କେରଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଗୁଜରାଟକୁ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲର ପ୍ରଥମ ଇନିଂସରେ କେରଳ ୪୫୭ ରନ୍‌ କରିଥିଲା । ଜବାବରେ ଗୁଜରାଟ ମ୍ୟାଚର ଅନ୍ତିମ ଦିନ ତା\’ର ଅସମାପ୍ତ
ପ୍ରଥମ ଇନିଂସ ସ୍କୋର ୪୨୯/୭ରୁ ବ୍ୟାଟିଂ ଆରମ୍ଭ କରି ଅନ୍ତିମ ୩ ଉଇକେଟରେ ୨୬ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ୨ ରନର ଅଗ୍ରଣୀ ଯୋଗୁ କେରଳ ରଣଜୀ ଟ୍ରଫିରେ ପଦାର୍ପଣ କରିବାର ୬୮ବର୍ଷ ପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । କେରଳ ତା\’ର ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୧୪ ରନ କରିଥିଲା । ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ପ୍ରଥମ
ଇନିଂସରେ ବିଦର୍ଭ ୩୮୩ ରନ୍‌ କରିଥିବା ବେଳେ ମୁମ୍ବାଇ ୨୭୦ ରନ୍ କରିଥିଲା । ୧୧୩ ରନରେ ଆଗୁଆ ରହିଥିବା ବିଦର୍ଭ ଦ୍ୱିତୀୟ ଇନିଂସରେ ୨୯୨ ରନ୍ କରିଥିଲା । ଫଳରେ ମୁମ୍ବାଇ ଆଗରେ ୪୦୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ
ହୋଇଥିଲାୟ ଜବାବରେ ମୁମ୍ବାଇ ମ୍ୟାଚର ଅନ୍ତିମ ଦିନ ଅସମାପ୍ତ ଦ୍ୱିତୀୟ ସ୍କୋର ୮୩/୩ରୁ ବ୍ୟାଟିଂ ଆରମ୍ଭ କରିଥିଲାୟ ମୁମ୍ବାଇ ତା\’ର ବଳକା ୭ ଉଇକେଟରେ ୨୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୬୬, ସାମ୍ସ ମୁଲାନି ୪୬ ଓ ଆକାଶ ଆନନ୍ଦ ୩୯ ରନ୍ କରିଥିଲେ । ବିଜୟୀ ବିଦର୍ଭ ପାଇଁ ହର୍ଶ ଦୁବେ ୫ ଉଇକେଟ ନେଇଥିବା ବେଳେ । ଶ ଠାକୁର ଓ ପାର୍ଥ ରେଖାଡେ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.