ଭାରତ ଆସିବେ ବିଶ୍ୱ ବିଜେତା ଲିଓନେଲ ମେସ

0 153

ନୂଆଦିଲ୍ଲୀ,: ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚରେ କିମ୍ବଦନ୍ତୀ ଲିଓନେଲ୍‌ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର ସୁଯୋଗ ପାଇବେ । ୧୪ ବର୍ଷ ପରେ ବିଶ୍ୱକପ୍ ବିଜେତା ଅଧିନାୟକ ୨୦୧୧ ପରେ ଭାରତ ଗସ୍ତରେ ଆସିବେ । ଗତ ବର୍ଷ ନଭେମ୍ବରରେ, କେରଳର କ୍ରୀଡା ମନ୍ତ୍ରୀ ଭି ଅବଦୁରାହିମାନ ଘୋଷଣା କରିଥିଲେ ଯେ ଆର୍ଜେଣ୍ଟିନା ଦଳ କେରଳ ଗସ୍ତ କରିବ ଏବଂ କୋଚିରେ ଦୁଇଟି
ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ବୁଧବାର ଏଚ୍‌ଏସ୍‌ବିସି ଇଣ୍ଡିଆ ଆର୍ଜେଣ୍ଟିନା ଦଳର ଆଧିକାରିକ ଅଂଶୀଦାର ହୋଇ ଘୋଷଣା କରିଛି ଯେ ମ୍ୟାଚ୍ ଅକ୍ଟୋବରରେ ଅନୁଷ୍ଠିତ ହେବ, ଭାରତରେ ଫୁଟବଲକୁ ସହଯୋଗ ଏବଂ ପ୍ରୋତ୍ସାହନ
କରିବ । ଏହି ସହଭାଗୀତା ଅଧୀନରେ, କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସିଙ୍କ ସମେତ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ ଅକ୍ଟୋବର ୨୦୨୫ରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଭାରତ ଗସ୍ତ କରିବେ ବୋଲି ଏଚ୍‌ଏସ୍‌ବିସି ଇଣ୍ଡିଆର ଏକ ବିଜ୍ଞପ୍ତିରେ କୁହାଯାଇଛି । ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍ (ଏଏଫ୍‌ଏ) ଏବଂ ଏଚ୍‌ଏସ୍‌ବିସି ବୁଧବାର ଭାରତ ଏବଂ ସିଙ୍ଗାପୁର ପାଇଁ ଏକ ନୂତନ ଏକ ବର୍ଷର ସହଭାଗୀତା ସ୍ୱାକ୍ଷର ଘୋଷଣା କରିଛନ୍ତି, ଯାହା ୨୦୨୬ ବିଶ୍ୱକପ୍ ଯୋଗ୍ୟତା ଫାଇନାଲ ମ୍ୟାଚ୍‌ ପୂର୍ବରୁ ୨୦୨୫ରେ ପ୍ରତିଯୋଗିତାମୂଳକ ଋତୁକୁ କଭର କରିବ । ମେସିଙ୍କ ପ୍ରଥମ ଭାରତ ଯାତ୍ରା ସେପ୍ଟେମ୍ବର ୨୦୧୧ରେ ହୋଇଥିଲା, ଯେତେବେଳେ ସେ କୋଲକାତାରେ ଭେନେଜୁଏଲା ବିପକ୍ଷରେ ଏକ ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ଖେଳିଥିଲେ । ସଲ୍ଟ ଲେକ୍‌ ଷ୍ଟାଡିୟମରେ ଆର୍ଜେଣ୍ଟିନା ୧-୦ ବିଜୟ ହାସଲ କରିଥିଲା । ଇଣ୍ଟରନ୍ୟାସନାଲ୍ ୱେଲ୍ଥ ଏବଂ ପ୍ରିମିୟର ବ୍ୟାଙ୍କିଂ ଏଚ୍‌ଏସ୍‌ବିସି ଇଣ୍ଡିଆର ମୁଖ୍ୟ ସନ୍ଦୀପ ବାତ୍ରା କହିଛନ୍ତି: ଯେତେବେଳେ ଆମେ ଫୁଟବଲ୍ ବିଶ୍ୱର ସବୁଠାରୁ ସମ୍ମାନିତ ଦଳଗୁଡ଼ିକ ମଧ୍ୟରୁ ଗୋଟିଏ ସହିତ ମିଶିଛୁ, ଆମେ ପ୍ରଶଂସକ ଏବଂ ଗ୍ରାହକମାନଙ୍କ ପାଇଁ ଅବିସ୍ମରଣୀୟ ଅଭିଜ୍ଞତା ସୃଷ୍ଟି କରିବାକୁ ଏବଂ ୨୦୨୬ ବିଶ୍ୱକପ୍ ଆଡକୁ ଆର୍ଜେଣ୍ଟିନା ଦଳକୁ ସମର୍ଥନ କରିବାକୁ ଅପେକ୍ଷା କରିଛୁ ।

Leave A Reply

Your email address will not be published.