ବାରବାଟୀ ଦିନିକିଆ: ଫେବ୍ରୁଆରୀ ୨ରେ ଅନଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

0 128

କଟକ,: ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍‌ ମ୍ୟାଚର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି । ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ ଟିକେଟ୍ କିଣି ସାରିଥିବା ବେଳେ ଅନ୍ୟ ଦର୍ଶକମାନଙ୍କ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଟିକେଟ୍ କିଣିବାର ବ୍ୟବସ୍ଥା ଖୁବ୍ ଶୀଘ୍ର କରିବାକୁ ଯାଉଛି । ସୂଚନା ଅନୁସାରେ ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ଅନଲାଇନରେ ଉପଲବ୍ଧ ହେବ । ସେହିପରି କ୍ରିକେଟପ୍ରେମୀମାନେ ଆସନ୍ତା ୫-୬ରେ କାଉଣ୍ଟର ଟିକେଟ୍‌ କିଣିପାରିବେ । କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଆସନ୍ତା ୫ ଓ ୬ ତାରିଖରେ ବାରବାଟୀ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ଏହା ପୂର୍ବରୁ ୨ ତାରିଖ ଦିନ ଅନଲାଇନରେ ୪ ହଜାର ଟିକେଟ୍‌ ବିକ୍ରି କରାଯିବ । ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯିବ । ବାରବାଟୀ ଦିନିକିଆ ପାଇଁ ପ୍ରଥମ ଟିକେଟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସଂପାଦକ ସଞ୍ଜୟ ବେହେରା ମହାପ୍ରଭୁଙ୍କ କରକମଳରେ ମ୍ୟାଚ୍‌ ଟିକେଟ ଚଢାଇ ଏହାର ସଫଳ ଆୟୋଜନ ଲାଗି  ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଦୌଡ଼କୁଦ ସଂଘର ସଂପାଦକ ରବିଶଙ୍କର ପ୍ରତିହାରୀ ଓ ବହୁ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବାରବାଟୀ ଦିନିକିଆର ଗ୍ୟାଲେରି ଟିକେଟ
କିଣିଛନ୍ତି । ଏହି ଅବସରରେ ଓସିଏର କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନ୍ସିଲ୍ ସଦସ୍ୟ ପ୍ରତାପ କୁମାର ପ୍ରଧାନ, ଓଡ଼ିଶା ଅଲିମ୍ପିକ୍ସ ସଂଘ ସାଧାରଣ ସଂପାଦକ ଅଭିଜିତ ପାଲ୍‌, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.