ମୁମ୍ବାଇ, : କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି । ଦଳ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ଅଶ୍ୱିନୀ କୁମାର ତାଙ୍କର ଆଇପିଏଲ ଡେବୁ୍ୟ ମ୍ୟାଚ ଖେଳୁଥିବା ବେଳେ ୪ଟି ଉଇକେଟ ନେଇ ଇତିହାସ ରଚିଥିଲେ ଏବଂ ଆଇପିଏଲ ଡେବୁ୍ୟରେ ସର୍ବାଧିକ
ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତଥାକଥିତ ପ୍ରେମିକା ଜସ୍ମିନ ୱାଲିଆ ତାଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ । ମ୍ୟାଚ ପରେ ତାଙ୍କୁ ଟିମ ବସରେ ମଧ୍ୟ ଦେଖାଯାଇଥିଲା । ଆଇପିଏଲ ମ୍ୟାଚ ସମୟରେ, ଅନେକ ଖେଳାଳିଙ୍କ ପରିବାର ସଦସ୍ୟ ମଧ୍ୟ ଷ୍ଟାଡିୟମକୁ ଆସନ୍ତି । ସେମାନଙ୍କ ପାଇଁ ଏକ ପୃଥକ ବସିବା ବ୍ୟବସ୍ଥା ଅଛି । ହୋଟେଲରୁ ଷ୍ଟାଡିୟମ କିମ୍ବା ବିମାନବନ୍ଦରକୁ ଯାତ୍ରା ପାଇଁ ଖେଳାଳିଙ୍କ ବସ ସହିତ ଏକ ପରିବାର ବସର ବ୍ୟବସ୍ଥା ମଧ୍ୟ ଆଇପିଏଲ୍ ଫ୍ରାଞ୍ଚାଇଜ କରେ । କେକେଆର୍ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ବିଜୟ ପରେ, ଜସ୍ମିନ ୱାଲିଆଙ୍କୁ ଖେଳାଳିଙ୍କ କୋଚିଂ ଷ୍ଟାଫ କିମ୍ବା ଖେଳାଳିଙ୍କ ପରିବାର ସଦସ୍ୟ ଯାତ୍ରା କରୁଥିବା ବସରେ ବସିଥିବାର ଦେଖାଯାଇଥିଲା । ଜସ୍ମିନ ୱାଲିଆଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ପରିବାର ସଦସ୍ୟମାନେ ଯେଉଁ ବସରେ ଚଢ଼ୁଥିଲେ, ସେହି ବସରେ ଚଢୁଥିବାର ଦେଖିବାକୁ ମିଳୁଛି । ଏହାର ଭିଡିଓ ଭାଇରାଲ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ୧୧୬ ରନରେ ଅଲଆଉଟ ହୋଇଯାଇଥିଲା । ଦ୍ରୁତ
ବୋଲର ଅଶ୍ୱିନୀ କୁମାର ତାଙ୍କର ଡେବୁ୍ୟ ମ୍ୟାଚରେ ୪ଟି ଉଇକେଟ ନେଇଥିଲେ । ଟାର୍ଗେଟର ପିଛା କରି, ମୁମ୍ବାଇ ଇଣ୍ଡିଆନ୍ସ ୪୩ ବଲ ବାକି ଥାଇ ଜିତିଗଲା । ରୋହିତ ଶର୍ମା ୧୩ ରନ କରି ଆଉଟ ହୋଇଥିଲେ । ରିଆନ ରିକେଲଟନ ୬୨ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହା ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି । ଏହା ପରେ ହାର୍ଦ୍ଦିକଙ୍କ ନାମ ଜସ୍ମିନ ୱାଲିଆଙ୍କ ସହ ଯୋଡା ଯାଉଛି । ଦୁହେଁ ଏକା ସମୟରେ ଗ୍ରୀସରେ ଛୁଟିଦିନର ଫଟୋ ଶେୟାର କରୁଥିବାର ଦେଖାଯାଇଥିଲା । ଜସ୍ମିନଙ୍କୁ ଅନେକ ବଡ଼ ମ୍ୟାଚରେ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଥିଲା । ·ମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ସମୟରେ ଜସ୍ମିନ ୱାଲିଆ ମଧ୍ୟ ଷ୍ଟାଡିୟମରେ ନଜର ଆସିଥିଲେ ।
ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍ କରୁଛନ୍ତି ଗର୍ଲଫ୍ରେଣ୍ଡ
Next Post