ଇସଲାମାବାଦ, : ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି । ପିଏସ୍ଏଲ ସିଜିନ ୧୦ର ବାକି ମ୍ୟାଚ୍ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ରାତିରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭିନ୍ନ ସୂତ୍ରରୁ
ମିଳିଥିବା ସୂଚନାନୁସାରେ ରାଜଧାନୀ ଇସଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍, ବାହୱଲପୁର ଉପରେ ମିଳିତ ଅପରେଶନ୍ ହୋଇଥିବା ଜଣାପଡ଼ିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ସରକାରୀ ବାସଭବନରୁ କିଛି ଦୂରରେ ବିସ୍ପୋରଣର ଶବ୍ଦ ଶୁଣିବାକୁ ମିଳିଛି । ପଞ୍ଜାବରେ ଏମର୍ଜେନ୍ସି ଜାରି ହୋଇଥିବା ବେଳେ ଅନେକ ପ୍ରଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି । ଏଭଳି ସମୟରେ ୨୦୨୨ରେ ନୌସେନାର ୱେଷ୍ଟର୍ନ ନାଭାଲ କମାଣ୍ଡ୍ ସାମିଲ ହୋଇଥିବା ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ କରାଚୀରେ ଆକ୍ରମଣ କରିବା ଯୁଦ୍ଧର ଭୟାବହତାକୁ ଦର୍ଶାଉଛି । ଅପରପକ୍ଷେ ବେଲୁଚ୍ ଲିବରେଶନ୍ ଆର୍ମି (ବିଏଲ୍ଏ) ପାକିସ୍ତାନୀ ସେନାକୁ ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ମଧ୍ୟରେ ଆଇପିଏଲ ମ୍ୟାଚ ଅଧା ବାଟରେ ବାତିଲ କରାଯାଇଥିଲା, ଯାହା ଫଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଯୋଗୁଁ ସମଗ୍ର ଲିଗ ବାତିଲ ହେବାର ଆଶଙ୍କା ବୃଦ୍ଧି ପାଇଛି, ଯାହାର ପ୍ରଶାସକମାନେ ପରିବର୍ତ୍ତିତ ପରିସ୍ଥିତି ସମୀକ୍ଷା କରୁଛନ୍ତି ।