ଦୁବାଇ,: ମୁଁ ବିରାଟ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି । ଏଥିସହିତ କୋହଲି ୫୦ ଓଭର ଫର୍ମାଟରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ସର୍ବାଧିକ ରନ କରିବାର ରେକର୍ଡକୁ ପଛରେ
ପକାଇପାରନ୍ତି ବୋଲି ସେ ଆଶା ବଚକ୍ତି କରିଛନ୍ତି । ଗତ ରବିବାର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ କୋହଲି ଅପରାଜିତ ୧୦୦ ରନ କରିଥିଲେ, ଯାହାକି ତାଙ୍କ କ୍ୟାରିୟରର ୫୧ତମ ଦିନିକିଆ ଶତକ ଥିଲା । ମୋ ମତରେ ମୁଁ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ । ଦିନିକିଆରେ ସର୍ବାଧିକ ରନ କରିଥିବା ବ୍ୟାଟରଙ୍କ ତାଲିକାରେ କୋହଲି ମୋତେ ଅତିକ୍ରମ କରିଛନ୍ତି । ଏହି ତାଲିକାରେ ବର୍ତ୍ତମାନ ଦୁଇ ଜଣ ତାଙ୍କଠାରୁ ଆଗରେ ଅଛନ୍ତି । ମୁଁ ନିଶ୍ଚିତ ଯେ, ଦିନିକିଆରେ ସର୍ବାଧିକ ରନ ସ୍କୋରର ହେବା ପାଇଁ ସେ ନିଜକୁ ଶ୍ରେଷ୍ଠ ସୁଯୋଗ ଦେବେ । ସେ ଶାରୀରିକ ଭାବେ ପୂର୍ବ ଭଳି ପୂରା ଫିଟ ଅଛନ୍ତି ଏବଂ ସେ ଖୁବ୍ ଅଭ୍ୟାସ ମଧ୍ୟ କରୁଛନ୍ତି । ସେ ଏବେ ବି
ସଚିନଙ୍କଠାରୁ ୪ ହଜାର ରନ ପଛରେ ଅଛନ୍ତି । କିନ୍ତୁ କୋହଲିଙ୍କୁ କଦାପି ଅଣଦେଖା କରାଯାଇ ପାରିବ ନାହିଁ ବୋଲି ପଣ୍ଟିଂ ଆଇସିସି ରିଭ୍ୟୁରେ କହିଛନ୍ତି । କୋହଲି ଏବେ ଦିନିକିଆରେ ୧୪,୦୮୫ ରନ୍ କରିଥିବା ବେଳେ ସେ ଏବେ ସଚିନ (୧୮,୪୨୬ ରନ୍)ଙ୍କଠାରୁ ୪,୩୪୧ ରନ ପଛରେ ରହିଛନ୍ତି ।
କୋହଲିଙ୍କ ଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ: ପଣ୍ଟିଂ
Prev Post
Next Post