ଇତିହାସ ରଚିଲେ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର

0 119

ନୂଆଦିଲ୍ଲୀ, : ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଭାବେ ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୮,୦୦୦ ରନ୍ ପୂରଣ କରିଛନ୍ତି । ଗତ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଲିଗ୍ ମ୍ୟାଚରେ ସେ ୯ଟି ବଲରୁ ଅପରାଜିତ ୨୭ରନ୍ କରିବା ସହ ଏହି ମାଇଲଖୁଣ୍ଟ ଛୁଁଇଥିଲେ । ସୂର୍ଯ୍ୟକୁମାର ୩୧୨ଟି ମ୍ୟାଚ୍ ଖେଳି
ମୋଟ ୮,୦୦୭ରନ୍ ସଂଗ୍ରହ କରି ସାରିଛନ୍ତି । ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲିଙ୍କ ନାମରେ ଟି-ଟ୍ୱେଣ୍ଟି
ଫର୍ମାଟ କ୍ରିକେଟରେ ସର୍ବାଧିକ ରନ୍ ରେକର୍ଡ଼ ରହିଛି । ସେ ମୋଟ ୧୨,୯୭୬ (୯ ଶତକ, ୯୮ ଅର୍ଦ୍ଧଶତକ) ରନ୍ କରିଛନ୍ତି । ସେହିପରି ରୋହିତ ଶର୍ମା ୧୧,୮୫୧ (୮ ଶତକ, ୭୮ ଅର୍ଦ୍ଧଶତକ) ରନ୍ ସହ ତାଲିକାରେ ଦ୍ୱିତୀୟ, ଶିଖର ଧାୱନ ୯,୭୯୭ ରନ୍ ସହ ତୃତୀୟ, ସୁରେଶ ରାଇନା ୮,୬୫୪ ରନ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ୮,୦୦୦
ଟି-ଟ୍ୱେଣ୍ଟି ରନ୍ ପୂରଣରେ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି । ସେ ୫,୨୫୬ଟି ବଲ୍ ଖେଳି ଏହି କ୍ଲବରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜର ଆନେ୍ଦ୍ର ରସେଲ ୪,୭୪୯ଟି ବଲରେ ଦ୍ରୁତତମ ୮,୦୦୦ ରନ୍ ପୂରଣ କରିଥିଲେ । ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ଙ୍କ ନାମରେ ସର୍ବାଧିକ ରନ୍ ରେକର୍ଡ଼ ରହିଛି । ସେ ୪୬୩ଟି
ମ୍ୟାଚ୍ ଖେଳି ମୋଟ ୧୪,୫୬୨ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୧୭୫ ରହିଛି ।

Leave A Reply

Your email address will not be published.