ଆଜି ସାଲେପୁର ଥାନା ଡକାୟତ ଗ୍ୟାଙ୍ଗ ଗିରଫ, ଲୁଟ ସୁନା, ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ

0 85
ସାଲେପୁର  : ଆନ୍ତଜିଲ୍ଲା ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ପୋଲିସ । ଡକାୟତି ଦଳକୁ ଗିରଫ କରିବା ସହିତ ଆଇଚର ବସ୍ ଓ ବିପୁଳ ମାତ୍ରାରେ ସୁନାରୂପା ଅଳଙ୍କାର ଦେଶୀ ବନ୍ଧୁକ, ଖଣ୍ଡା ଜବତ ହୋଇଛି ।  କଟକ ଜିଲ୍ଲା ସାଲେପୁର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି କରି ଫେରାର ହୋଇଯାଉଥିବା ଗ୍ୟାଙ୍ଗକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । କଟକ ଜିଲ୍ଲା ସାଲେପୁର, ମାହାଙ୍ଗା ଓ ନେମାଳ ଅଞ୍ଚଳରେ ହୋଇଥିବା ଡ଼କାୟତି ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ ଏହି ଡକାୟତି ଦଳକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ପାଖରୁ ୧୪୦ ଗ୍ରାମ ସୁନା ଓ ୫ କେଜି ୨୦୦ଶହ ଗ୍ରାମ ରୂପା ଅଳଙ୍କାର ଓ  ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛନ୍ତି ଏହା ସହିତ ଏକ ଆଇଚର ବସ୍ ଜବତ କରିଥି  ସହ ଏକ ବନ୍ଧୁକ ତିନୋଟି ଅଫୁଟା ଗୁଳି, ଚାରିଟି  ଖଣ୍ଡା ଜବତ କରିଛି । ଏହି ସବୁଘଟଣାର ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ସୁଶାନ୍ତ ସାହୁ, ମାହାଙ୍ଗା ଥାନ ଅଞ୍ଚଳର ଦିପ୍ତିକାନ୍ତ ପୁଷ୍ଟି, ନେମାଳ ଅଞ୍ଚଳର ବସନ୍ତ ବଳ, ମାହାଙ୍ଗା ଅଞ୍ଚଳର କୈଳାସ ସାହୁ, ଜଗତସିଂହପୁର ଜିଲ୍ଲାର ବିରଞ୍ଚି ନାରାୟଣ ସାହୁ ଓ ଲକ୍ଷ୍ମୀଧର ସାହୁକୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଚୋରା ଅଳଙ୍କାର କିଣିଥିବା ସାଲେପୁର ଅଞ୍ଚଳ ଅଜୟ ସାହୁ ,ତ୍ରିଲୋଚନ ସାହୁ ଓ ବାଲେଶ୍ୱରର ଆଲୋକ ନନ୍ଦିକୁ ପୁଲିସ ଗିରଫ କରିଛି ।ଆଜି ସାଲେପୁର ଥାନା ପରିସରରେଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସପି  ପ୍ରତିକ ସିଂହ ଏ ନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଜଗତସିଂହପୁର, ଯାଜପୁର, କଟକ,ବାଲେଶ୍ବର ଜିଲ୍ଲା ବହୁ ଚୋରି, ଡ଼କାୟତି, ରାହାଜାନି ଘଟଣା ଘଟାଇ ଫେରାର ଥିବା ଜଣାପଡିଛି |ପରିସରରେଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସପି  ପ୍ରତିକ ସିଂହ ଏ ନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଜଗତସିଂହପୁର, ଯାଜପୁର, କଟକ,ବାଲେଶ୍ବର ଜିଲ୍ଲା ବହୁ ଚୋରି, ଡ଼କାୟତି, ରାହାଜାନି ଘଟଣା ଘଟାଇ ଫେରାର ଥିବା ଜଣାପଡିଛି
Leave A Reply

Your email address will not be published.