ସମ୍ବଲପୁର, : ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସ୍ତ୍ରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଏକ
ରକ୍ତଲଗା ଟାଙ୍ଗିଆ ଆଦି ଜବତ ହୋଇଛି । ଏନେଇ ୬୩ /୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, କୁଚିଣ୍ଡା ଥାନା ଅନ୍ତର୍ଗତ କୁଲାରୀଯୋର ଗ୍ରାମର ଗଜେନ୍ଦ୍ର କିସାନ ଓ ତାଙ୍କ ସ୍ତ୍ରୀ ଯଶୋଦା କିସାନ (୩୫)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗତ ୨ତାରିଖ ରାତିରେ ଝଗଡା ହୋଇଥିଲା । ଏଥିରେ ସ୍ୱାମୀ ଗଜେନ୍ଦ୍ର ରାଗି ଯାଇ ସ୍ତ୍ରୀକୁ ମାରପିଟ କରିଥିଲେ । ପରେ ୩ ତାରିଖ ସକାଳେ ଗଜେନ୍ଦ୍ରଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇବା ଖଟରେ ପଡିଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ କରି ସ୍ୱାମୀ ହତ୍ୟା ଅଭିଯୋଗରେ ସ୍ତ୍ରୀ ଯଶୋଦାଙ୍କୁ ଗିରଫ କରିଛି ।
ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ତ୍ରୀ ଗିରଫ
Next Post