ଘଟଗାଁ ତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0 67

ଘଟଗାଁ, : ଘଟଗାଁ ତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା\’ ତାରିଣୀଙ୍କୁ ଦର୍ଶନ କରି ମା\’ଙ୍କର କୃପାଲାଭ କରିବାପରେ ମା’ଙ୍କ ମନ୍ଦିରର ଉନ୍ନତିକରଣ ନିମନ୍ତେ ୨୧୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହି ଅର୍ଥରେ ଉନ୍‌ନତିକରଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଘଟଗାଁ ତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା\’ ତାରିଣୀଙ୍କୁ ଦର୍ଶନ କରି ମା\’ଙ୍କର କୃପାଲାଭ କରିବାପରେ ମା’ଙ୍କ ମନ୍ଦିରର ଉନ୍ନତିକରଣ ନିମନ୍ତେ ୨୧୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହି ଅର୍ଥରେ ଉନ୍ନତିକରଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାବିଷୁବ ବା ପଣା ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା\’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ମା\’ ତାରିଣୀଙ୍କର ୮୯ ତମ ଚଇତି ପର୍ବର ଆଜି ୬ଷ୍ଠ ଦିନ ତଥା ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ଆଜି ମା\’ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି, ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଭଜନ, ନୃତ୍ୟ, ଗୀତ ଆୟୋଜନ କରାଯାଉଛି । ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.