୫ ଦିନିଆ ଭାରତ ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି

0 84

ନୂଆଦିଲ୍ଲୀ, : ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି.ଶାନମୁଗରତ୍ନମ । ଭାରତସିଙ୍ଗାପୁର ଦ୍ୱିପାକ୍ଷିକ ସମ୍ପର୍କ ୬୦ ବର୍ଷ ପୂରଣ କରିଥିବା ବେଳେ ଶାନମୁଗରତ୍ନମଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ତେବେ ସିଙ୍ଗାପୁର ରାଷ୍ଟ୍ରପତି ମଙ୍ଗଳବାର ସନ୍ଧ୍ୟାରେ
ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହି ଗସ୍ତ ସମୟରେ ଗୁରୁବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କର ଏକ ବୈଠକ ରହିଛି । ଏନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି । ତେବେ ତାଙ୍କର ଏହି ଗସ୍ତ ସମୟରେ ମନ୍ତ୍ରୀ, ସଂସଦ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀ ଟି.ଶାନମୁଗରତ୍ନମଙ୍କ ସହ ଦେଖିବାକୁ ମିଳିଛି । ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଅନ୍ୟ ଭାରତୀୟ ମାନ୍ୟଗଣ୍ୟଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି । ନୂଆଦିଲ୍ଲୀରେ ଯୋଗଦାନ ବ୍ୟତୀତ ଶାନମୁଗରତ୍ନମ ଜାନୁଆରୀ ୧୭ ଏବଂ ୧୮ରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର କଳାସଂସ୍କୃତିକୁ ପାଖରୁ ଦେଖିବେ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀର ପଟ୍ଟଚିତ୍ର ଓ କଳାକୃତିର ଗାଁ ରଘୁରାଜପୁର ଯିବାର କାର୍ଯ୍ୟକ୍ରମ ରହିଛି ।
ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରାଯାଇଛି । କାରଣ ଭୁବନେଶ୍ୱରରେ ଆସନ୍ତା ୧୭ରେ ପହଁଚିବା ପରେ ଏକ ତାରକା ହୋଟେଲରେ କାର୍ଯ୍ୟକ୍ରମ ସହ ସେଠାରେ ତାଙ୍କ ସହ ଓଡ଼ିଶାର ଅର୍ଥନୈତିକ ଓ ବ୍ୟବସାୟିକ କାରବାରର ସୁଯୋଗ ଆଦି
ଦିଗରେ ଅନେକ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟଘାଟ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ଭୁବନେଶ୍ୱରରେ ସ୍ଥାପିତ ସିଙ୍ଗାପୁର ଆଇଟିଇଇଏସ୍ (ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ସର୍ଭିସେସ) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭ୍ୟାକସିନ ପ୍ରସ୍ତୁତକାରି କମ୍ପାନୀ ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭୁବନେଶ୍ୱର ସ୍ଥିତ ରାଜଭବନରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ବନ୍ଧୁତା, ବିଶ୍ୱାସ ଏବଂ ପାରସ୍ପରିକ ସମ୍ମାନର ଦୀର୍ଘ ପରମ୍ପରା ଉପରେ ଆଧାର କରି ଭାରତ ଏବଂ ସିଙ୍ଗାପୁରର ବ୍ୟାପକ ସହଯୋଗ ରହିଛି । ରାଷ୍ଟ୍ରପତି ଶାନମୁଗରତ୍ନମଙ୍କ ଗସ୍ତ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି । ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ଗସ୍ତ କରିଥିଲେ । ଦୁଇ ଦିନିଆ ଗସ୍ତ ଶେଷ କରିବା ପରେ ପିଏମ ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ, ମୋର ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ଫଳପ୍ରଦ ହୋଇଛି । ଏହା ନିଶ୍ଚିତ ଭାବରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ ଏବଂ ଆମ ଦେଶର ଲୋକଙ୍କୁ ଉପକୃତ କରିବ

Leave A Reply

Your email address will not be published.