ନୂଆଦିଲ୍ଲୀ, : ଆଉ ନୁହେଁ ବହୁତ ହୋଇଗଲା । ଏବେ ଜବାବ୍ ଦେବାର ସମୟ ଆସିଛି । ଭୟଙ୍କର ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପ୍ରାୟ ୪୦ ମିନିଟ୍ ଧରି ବୈଠକ ହୋଇଥିଲା । ପାକିସ୍ତାନକୁ ଘେରିବାକୁ ବୈଠକରେ କିଛି ବଡ଼ ପ୍ଲାନ୍ ପ୍ରସ୍ତୁତ ହୋଇଥିବା କୁହାଯାଉଛି । ବୈଠକରେ ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର । ସମସ୍ତ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ୨ ଦିନ ତଳେ ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଆକ୍ରମଣସ୍ଥଳକୁ ଯାଇ ସମୀକ୍ଷା କରିଥିଲେ । ସୋମବାର ପ୍ରତିରକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପ୍ରାୟ ୪୦ମିନିଟ ଧରି ହୋଇଥିବା ମିଟିଙ୍ଗରେ ବଡ଼
ଧରଣର ଆଲୋଚନା ହୋଇଛି । କିଛି ବଡ଼ ପ୍ଲାନ୍ କରାଯାଉଥିବା କୁହାଯାଉଛି । ସୁରକ୍ଷା ସମ୍ପର୍କିତ କିଛି ନିଷ୍ପତ୍ତି ହୋଇପାରେ । ପହଲଗାମ ହମଲା ପରେ ଭାରତର ବଡ଼ ନିଷ୍ପତ୍ତି: ସିନ୍ଧୁ ଜଳ ଚୁକ୍ତି ପ୍ରସ୍ତାବ ସ୍ଥଗିତ କରିବା, ଯାହା ପାକିସ୍ତାନ ପାଇଁ ଜଳ ସଂଙ୍କଟ ଆଶଙ୍କାକୁ ବଢାଇଛି, ଅଟାରୀ ବର୍ଡ଼ର ବନ୍ଦ କରିବା, ସବୁ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ସହ ଭାରତ ଛାଡିବାକୁ ନିର୍ଦ୍ଦେଶ, ପାକିସ୍ତାନ ହାଇ କମିଶନ ଡିଫେନ୍ସ ଆଡଭାଇଜର୍ସଙ୍କୁ ସପ୍ତାହେ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ, ଭାରତୀୟ ବାୟୁସେନାର ‘ଆକ୍ରମଣ ଯୁଦ୍ଧାଭ୍ୟାସ\’, ଜମ୍ମୁରେ ଆତଙ୍କୀଙ୍କ ଘର ଧ୍ୱଂସ କରିବା, ଆକ୍ରମଣର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାର ତଦନ୍ତରୁ ଏବେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଯୋଜନାକୁ ରୂପରେଖ ଦେବାକୁ କୋକେରନାଗର ଘନ ଜଙ୍ଗଲ ଦେଇ ୨୦-୨୨ ଘଣ୍ଟା ଧରି ଚାଲି ସରନ୍ ଘାଟିରେ ପହଞ୍ଚିଥିଲେ ଜଣେ ସ୍ଥାନୀୟ ବାସିନ୍ଦା ଓ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ନିକଟରୁ ୨ଟି ମୋବାଇଲ୍ ଛଡ଼ାଇ ନେଇଥିଲେ । ମୋଟ ୪ଜଣ ଆତଙ୍କୀ ଏହି ଜଘନ୍ୟ କାଣ୍ଡରେ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଆତଙ୍କୀ ହୋଇଥିବାବେଳେ ଜଣେ ହେଉଛି ସ୍ଥାନୀୟ ଆତଙ୍କୀ ଆଦିଲ ଥୋକର । ଆତଙ୍କୀମାନେ ନରସଂହାର ଲାଗି ଆଧୁନିକ ଏକେ-୪୭ ଓ ଏମ୍-୪ ଆସଲ୍ଟ ରାଇଫଲ ବ୍ୟବହାର କରିଥିଲେ ବୋଲି ଫରେନସିକ ବିଶ୍ଳେଷଣରୁ ଜଣାପଡ଼ିଛି ।