ଗୁଳିମାଡ଼ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା

ବେଗୁନିଆପଡ଼ା : ବେଗୁନିଆପଡ଼ା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଅତି ନିକଟରୁ ଗୁଳିମାଡ଼ କରି ନିର୍ମମ ହଟି କରାଯାଇଛି। ମିଳିଥିବା ସୂଚନାନୁସାରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକରେ ଜାନୁଆରୀ ୨୦ ତାରିଖ ସକାଲେ ଚାହା ପିଉଥିଲେ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ହଠାତ ଏକ କାର ଯୋଗେ ୩ ଜଣ ଦୁର୍ବୃତ ଆସି ଅତି ନିକଟରୁ ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତୁ ହୋଇଥିଲା।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି । ଦୁର୍ବୃତମାନଙ୍କର ପତା ମିଳିପାରି ନଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।ଘଟଣା ସ୍ଥଳରେ ଅତିରିକ୍ତ ଏସ.ପି ଠାକୁର ପାତ୍ର, ପୁରୁଷୋତ୍ତମପୁର ଏସ.ଡି.ପି.ଓ ସୀମା ସ୍ୱାଇଁ, କୋଦଳା ଆଇ.ଆଇ.ସି ଦେବାଶିଷ ମହାନ୍ତି, ପୋଲସରା ଆଇ ଆଇ ସି ଜିତେନ୍ଦ୍ର କୁମାର ମଲିକ, ଖଲ୍ଲିକୋଟ ଆଇ.ଆଇ.ସି ସତ୍ୟ ରଞ୍ଜନ ପ୍ରଧାନ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ପହଞ୍ଚୀ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି

Comments (0)
Add Comment