୬ ଥର ଘୁଞ୍ଚିଲା ପରେ ଆଜି ଆକ୍ସିଓମ୍ ମିଶନ୍ ଲଞ୍ଚିଂ

ନୂଆଦିଲ୍ଲୀ,: ମିଶନ୍ ଲଞ୍ଚ ନେଇ ଗୋଟିଏ ଗୋଟିଏ ତାରିଖ ଫାଇନାଲ ହେଉଥାଏ । ହେଲେ କିଛି ସମସ୍ୟା ପାଇଁ ଲଞ୍ଚକୁ ବାତିଲ କରାଯାଉଥିଲା । ଲାଗାତାର ୬ ଥର ଲଞ୍ଚିଂ ତାରିଖ ବଦଳିବା ପରେ ଏବେ ଆକ୍ସିଓମ୍ ମିଶନର ନୂଆ ତାରିଖ ଜାରି କହିଛି । ଖୁବଶୀଘ୍ର ମହାକାଶକୁ ଉଡ଼ାଣ ଭରିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବୁଧବାର ଆକ୍ସିଓମ୍ ମିଶନ୍ ଲଞ୍ଚିଂ ନେଇ ନାସା ପକ୍ଷରୁ ନାସା ପକ୍ଷରୁ ନୂଆ ତାରିଖ ଜାରି ହୋଇଛି । ବୁଧବାର ଭାରତୀୟ ସମୟ ପୂର୍ବାହ୍ନ ୧୨ଟା ୧ରେ ଆକ୍ସିଓମ୍ ସ୍ପେସ୍ ଓ ସ୍ପେସେକ୍ସ ମିଶନ୍‌ ଲଞ୍ଚ ହେବ । ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରରୁ ଫାଲକନ୍ ୩୯ଏରୁ ଲଞ୍ଚ ହେବ । ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବାର ଥିଲା । ଜୁନ୍ ୧୯ ତାରିଖରେ ଲଞ୍ଚ ହେବାକୁ ଥିବା ଆକ୍ସିଓମ୍‌-୪ ମିଶନ୍ ଜୁନ୍‌ ୨୨ରେ ହେବାକୁ ଇସ୍ରୋ ତାରିଖ ଘୋଷଣା କରିଥିଲା । ହେଲେ ତ୍ରୁଟି ପାଇଁ ମିଶନକୁ ବାତିଲ କରାଯାଇଥିଲା । ବୁଧବାର ମିଶନ୍‌ ଲଞ୍ଚ ହେବା ପରେ ୨୬ ଜୁନ୍ ଭାରତୀୟ ସମୟ ଅପରାହ୍ନ ୪ଟା୩୦ରେ ଡକିଂ ହେବ । ୬ ଥର ସ୍ଥଗିତ ମିଶନ୍‌- ପ୍ରଥମେ ଆକ୍ସିଓମ୍‌୪ ମିଶନ ଉତ୍‌କ୍ଷେପଣ ପାଇଁ ଗତ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା । ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ଅନେକ ଥର ବାତିଲ କରିବାକୁ ପଡିଥିଲା । ମୋଟ୍ ୬ ଥର ମିଶନକୁ ସ୍ଥଗିତ କରାଯାଇଥିଲା । ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମିଶନ୍ ଲଞ୍ଚ ହେବ । ଏବେ ନାସା ପକ୍ଷରୁ ନୂଆ ତାରିଖ ଆସିଛି । ସଫଳତାପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟଙ୍କ ଆଶା । କ’ଣ ଆକ୍ସିଓମ୍‌୪ ମିଶନ୍‌- ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି । କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ । ମିଶନରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି । ଆକ୍ସିଓମ୍‌-୪ ଏକ ଘରୋଇ ମହାକାଶ ମିଶନ୍‌, ଯାହା ଆକ୍ସିଓମ୍ ସ୍ପେସ୍‌, ନାସା ଓ ସ୍ପେସ୍‌ଏକ୍ସର ସହଯୋଗରେ ସଂଚାଳିତ ହେଉଛି । ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍ ଓ କରରୁ ଡ୍ରାଗନ୍ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍ ଷ୍ଟେସନରେ ପହଞ୍ଚାଇବ । ମିଶନରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି । ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ । ମିଶନର ଅବଧି ୧୪ ଦିନ ରହିବ । ଏଥିରେ ମହାକାଶ ଯାତ୍ରୀ ସ୍ପେସ୍ ଷ୍ଟେସନରେ
ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ । ଭାରତର ମହାକାଶ ଯାତ୍ରା ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ ।

Comments (0)
Add Comment