ହକିରୁ ସନ୍ନ୍ୟାସ ନେଲେ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ

ନୂଆଦିଲ୍ଲୀ, ୨୩ା୬ : ଭାରତୀୟ ହକି ଦଳର ଷ୍ଟାର ପ୍ଲେୟାର ଲଳିତ ଉପାଧ୍ୟାୟ ଅବସର ଘୋଷଣା କରିଛନ୍ତି । ଦୁଇଥର
ଅଲମ୍ପିକ୍ସ ପଦକ ବିଜେତା ଲଳିତ ରବିବାର ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି । ବର୍ତ୍ତମାନ ସେ କେବଳ ଘରୋଇ ଓ ଲିଗ୍ ମ୍ୟାଚ ଖେଳିବେ । ଏକ ଦଶକରୁ ଅଧିକ ହକିରେ ଲଳିତଙ୍କର କ୍ୟାରିୟର ରହିଛି । ଅନେକ ଉପଲବ୍ଧି ହାସଲ
କରିଛନ୍ତି । ଯେଉଁଥିରେ ୨ଟି ଅଲମ୍ପିକ୍ସ ରୌପ୍ୟ ପଦକ ସାମିଲ ଅଛି । ଲଳିତ ୟୁପି ପୋଲିସରେ ଡେପୁଟି ଏସପି ଭାବେ ଅଛନ୍ତି । ଅବସର ନେଇ ଘୋଷଣା କରି ଲଳିତ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ‘ଗୋଟିଏ ଛୋଟ ଗାଁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶେଷ ହେବାର ସମୟ ଆସିଛି । ଆଜି ଅନ୍ତର୍ଜାତୀୟ ହକିକୁ ମୋର ଅବସର ଘୋଷଣା କରୁଛି । ଏହା ଏକ କଷ୍ଟକର ସମୟ । କିନ୍ତୁ ପ୍ରତ୍ୟେକ ଖେଳାଳିଙ୍କୁ ଗୋଟିଏ ଦିନ ଏହାର ସାମ୍ନା କରିବାକୁ ପଡିବ ।
ଦେଶକୁ ପ୍ରତିନିଧିତ୍ୱ କରିବା ମୋ ଜୀବନର ସର୍ବୋତ୍ତମ ସମ୍ମାନ ଏବଂ ଗର୍ବ । ୨୬ ବର୍ଷ ପରେ ମୋ ସହରରୁ ଜଣେ ଅଲିମ୍ପଆନ ହେବା ମୋ ପାଇଁ ବଡ଼ ସମ୍ମାନ । ସମସ୍ତଙ୍କୁ ଧନ୍ୟବାଦ ।’ ତେବେ କ୍ୟାରିୟରରେ ଜବରଦସ୍ତ ଗୋଲ କରିଛନ୍ତି ଲଳିତ । ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ଏବେ ଯୁବ ଫରୱାର୍ଡ ଖେଳାଳି ଆସିବାପରେ ହକିରୁ
ସନ୍ନ୍ୟାସ ଘୋଷଣା କରିଛନ୍ତି ଲଳିତ । ଅନ୍ତର୍ଜାତୀୟ ହକିରେ ୧୮୩ ମ୍ୟାଚ ଖେଳି ୬୭ ଗୋଲ କରିଛନ୍ତି । ସେ
ପ୍ରୋ ଲିଗ୍ ସିଜନ୍ ୨୦୨୪- ୨୫ରେ ୟୁରୋପରେ ଖେଳାଯାଉଥିବା ୮ ମ୍ୟାଚରୁ ୪ଟି ଖେଳିଛନ୍ତି । ଜୁନ୍ ୧୫ରେ ଅଷ୍ଟ୍ରେଲିଆ
ବିପକ୍ଷରେ ଲିଳିତ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ୩୧ ବର୍ଷୀୟ ଲଳିତ ତାଙ୍କ ଡଗିଙ୍ଗ ଷ୍ଟାଇଲ୍ ପାଇଁ ଜଣାଶୁଣା ।

Comments (0)
Add Comment