ସାମ୍ନାକୁ ଆସିଲା ଟନେଲରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ

The first video of the worker trapped in the tunnel has surfaced

ଉତ୍ତରକାଶୀ,୨୧ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପ୍ରଥମ ଭିଡିଓ ମଙ୍ଗଳବାର ଜାରି କରାଯାଇଛି । ଟନେଲ୍‌ ଦେଇ ଏକ ୬ ଇଞ୍ଚ ଚଉଡା ପାଇପ୍‌ ଖଞ୍ଜା ଯାଇଛି । ଏହି ପାଇପ୍‌ ମାଧ୍ୟମରେ ଶ୍ରମିକମାନଙ୍କୁ ଖେଚୁଡ଼ି ଓ ପାଣି ପଠାଯାଇଥିଲା । ଏଥିରେ ଏକ କ୍ୟାମେରା ମଧ୍ୟ ଲଗାଯାଇଥିଲା, ଯାହା ଦ୍ୱାରା ଭିତରେ ଫସି ରହିଥିବା ଶ୍ରମିକଙ୍କ ଭିଡ଼ିଓ ସାମ୍ନାକୁ ଆସିଛି ଗତ ୧୦ ଦିନ ଧରି ଟନେଲରେ ଶ୍ରମିକମାନେ କେଉଁ ପରିସ୍ଥିତିରେ ରହୁଛନ୍ତି ତାହା ଦେଖିବାକୁ ମିଳିଛି ସୋମବାର ଉଦ୍ଧାର କାର୍ଯ୍ୟ ଦଳ ଟନେଲ ଭିତରେ ଏକ ୬ ଇଞ୍ଚର ପାଇପ୍‌ ପୂରାଇଥିଲେ, ଯାହା ମାଧ୍ୟମରେ ଶ୍ରମିକମାନଙ୍କୁ ଖାଦ୍ୟ ପଠାଯାଇଥିଲା । ଶ୍ରମିକମାନଙ୍କ ଅବସ୍ଥା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଜାଣିବା ପାଇଁ ଏହି ପାଇପ୍‌ ମାଧ୍ୟମରେ ଏକ ଏଣ୍ଡୋସ୍କୋପିକ୍‌ ଫ୍ଲେକ୍ସି କ୍ୟାମେରା ମଧ୍ୟ ପଠାଯାଇଥିଲା । ଯେଉଁଥିରେ ସମସ୍ତ ଶ୍ରମିକଙ୍କୁ ଦେଖିବାକୁ ମିଳିଛି । ଏହି ଦଳ ମଧ୍ୟ ୱାକି-ଟକି ମାଧ୍ୟମରେ ସେମାନଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଭିଡ଼ିଓରେ ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକ ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଉଦ୍ଧାରକାରୀ ଶ୍ରମିକମାନଙ୍କୁ କ୍ୟାମେରାରେ ଲାଗିଥିବା ମାଇକ୍‌ ନିକଟରେ ଯାଇ କଥାବାର୍ତ୍ତା କରିବାକୁ କହିଥିଲେ । ଏହାଛଡ଼ା ସମସ୍ତ ଶ୍ରମିକଙ୍କୁ ସୁସ୍ଥ ଓ ସୁରକ୍ଷିତ ଦେଖିବା ଆଶ୍ୱସ୍ତିକର ବିଷୟ । ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟର ଆଜି ଦଶମ ଦିନ ସୋମବାର ୬ ଇଞ୍ଚ ପାଇପ୍‌ ଯୋଗେ ଶ୍ରମିକ ମାନଙ୍କୁ ଖେଚୁଡ଼ି ଏବଂ ଡାଲି ସହ ଅନ୍ୟ ଖାଦ୍ୟ ସାମଗ୍ରୀ ସେମାନଙ୍କୁ ପଠାଯାଇଥିଲା । ଖେଚୁଡ଼ି ସହିତ କମଳା-ଆପଲ୍‌ ଏବଂ ଲେମ୍ବୁ ରସ ମଧ୍ୟ ପଠାଯାଇଥିଲା । ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ ପାଇଁ ମୋବାଇଲ୍‌ ଏବଂ •ର୍ଜର ମଧ୍ୟ ଏହି ପାଇପ୍‌ ମାଧ୍ୟମରେ ପଠାଯିବ । ଅନ୍ୟପକ୍ଷରେ, ଏନଡିଆରଏଫ୍‌, ଏସଡିଆରଏଫ୍‌ ସହ ସମସ୍ତ ଏଜେନ୍ସି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ସମସ୍ତ ବିକଳ୍ପ ଉପରେ କାମ କରାଯାଉଛି ।

#dumanikhabar#india#latestnews
Comments (0)
Add Comment