ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ।

ଧର୍ମଗଡ଼ : ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି  ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା ବିକାଶତ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଅନ୍ତୋଦୟ ଗୃହ ଯୋଜନା’, ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -୨୦୨୦, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଲୟ ଯୋଜନା,ଶିଶୁ ବାଟିକା କାର୍ଯ୍ୟକ୍ରମ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ପ୍ରଶାସନ ଓ କୋକସରା ଗ୍ରାମ ପଞ୍ଚାୟତ ପକ୍ଷରୁ କୋକସରା ବଜାର ପଡିଆ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ସମ୍ମାନିତ ଅତିଥି ଭାବେ  ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର,ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ବିଜେପି ନେତା ଘନଶ୍ୟାମ ନାଏକ, ଦୁର୍ଗା ପ୍ରଧାନୀ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ପରେ ଉପସ୍ଥିତ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତାଦୟ ଗୃହ ଯୋଜନା ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ,ନୂତନ ପିଡ଼ିଏସ ହିତାଧିକାରୀ ଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା। ବିକାଶ ବାହାନ ରଥ କୁ ବିଡ଼ିଓ ଶ୍ରୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ, ବିଧାୟକ ପ୍ରତିନିଧି ଶ୍ରୀ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ କୁ କୋକସରା ଗ୍ରାପ ପିଇଓ ଭବିଷ୍ୟତ ପଟେଲ,ଏଡିଇଓ ରଞ୍ଜିତା ପୁଝାରି, ଯୋଗାଣ ସହାୟକ ଦୟା ଶବର ଓ ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Comments (0)
Add Comment