ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ

Laser scanning of gems begins

ପୁରୀ,୨୮ା୧୧ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆରମ୍ଭ ହେଲା ଲେଜର ସ୍କାନିଂ । ଏଥିପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଏଏସଆଇର ବୈଷୟିକ ଟିମ୍‌ । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ରତ୍ନଭଣ୍ଡାରର ଲେଜର ସ୍କାନିଂରେ ନିୟୋଜିତ ହେବେ । ସ୍କାନିଂ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ଆସିଛନ୍ତି ୩ ଜଣ ଇଞ୍ଜିନିୟର । ୩ଡ଼ି ଫର୍ମାଟରେ ଏହି ସ୍କାନିଂ କରାଯିବ । ଟିମ୍‌ରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ । ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍‌ । ପ୍ରଥମେ ବାହାର ରତ୍ନଭଣ୍ଡାର ସ୍କାନିଂ ହେବ, ପରେ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରର ସ୍କାନିଂ କରାଯିବ । ସ୍କାନିଂ ସମୟରେ ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନ ହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ । ୩ଡ଼ି ଫର୍ମାଟରେ ଏହି ସ୍କାନିଂ କରାଯିବ । ଯେଉଁଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ । ତେବେ ଇଞ୍ଜିନିୟରମାନଙ୍କ ସହ ଏଏସ୍‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିୟର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି ।

#bhubaneswar#dumanikhabar#india#latestnews#localnews#news
Comments (0)
Add Comment