କୋରାପୁଟ,: କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଚେତନ ନାଗରିକ ତରଫରୁ କୁହାଯାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଳେଜ୍ରେ ପ୍ରଫେସର ରହୁନାହାଁନ୍ତି । ସେମାନେ କୋରାପୁଟ ମେଡିକାଲ୍ରେ ନ ରହି ବ୍ରହ୍ମପୁର ରାଜଧାନୀ କଟକର ବିଭିନ୍ନ କ୍ଲିନକରେ ବସୁଛନ୍ତି । ଯାହା ଫଳରେ କୋରାପୁଟ ବାସୀ ଉତ୍ତମ ଚିକିତ୍ସା ପାଇ ପାରୁନାହାନ୍ତି । ତେଣୁ ପ୍ରଫେସରମାନଙ୍କୁ ସ୍ଥାୟୀ ଭାବରେ କୋରାପୁଟ ମେଡିକାଲ୍ କଲେଜ୍ ଓ ହସପିଟାଲରେ ଅବସ୍ଥାପିତ କରାଯାଉ । କୋରାପୁଟ ବସଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହୋଇପଡିଛି । ଯଦିଓ ରାଜ୍ୟ ସରକାର କୋରାପୁଟ ବସଷ୍ଟାଣ୍ଡକୁ ନୂତନ ବସଷ୍ଟାଣ୍ଡ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି
କିନ୍ତୁ କାମ ଆଖିଦୃଶିଆ ଆଗେଇ ପାରୁନାହିଁ । ତେଣୁ ବସଷ୍ଟାଣ୍ଡକୁ ଜଲଦୀ କାର୍ଯ୍ୟକ୍ଷମ କରିବାକୁ ସଚେତନ ନାଗରିକଙ୍କ ତରଫରୁ ରାଜ୍ୟପାଳଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ମହାମହିମ ରାଜ୍ୟପାଳ ଦାବିପତ୍ର ପଡ଼ି ଅତି ଶୀଘ୍ର ସମସ୍ୟାର ସମାଧାନ କିଭଳି ହେବ ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟପାଳଙ୍କୁ ଏଇ ଦାବି ପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ତରଫରୁ ବିଜୟ କୁମାର ମିଶ୍ର, ଦୁଷ୍ମନ୍ତ ପାଢ଼ୀ, ଅଶ୍ୱିନୀ କୁମାର ପାତ୍ର, ପ୍ରଫୁଲ୍ଲ ପାତ୍ର, ବଂଶୀଧର ପଣ୍ଡା, ଶଙ୍କର ଗରଡା, ଭି.ରାମ ବ୍ରହ୍ମା, ସଞ୍ଜୁତ କୁମାର ନନ୍ଦ, ପ୍ରକାଶ କୁମାର ଗଉଡ, ସୌମ୍ୟ ରଂଜନ ସାହୁ, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।