ମାତ୍ର କିଛି ଘଣ୍ଟାରେ ଆଦାନୀ ହରାଇଲେ ୩୮ ହଜାର କୋଟି

In a few hours Adani lost 38 thousand crores

ମୁମ୍ବାଇ : ଗତ ସପ୍ତାହର ବୃଦ୍ଧି ପରେ ଆଦାନୀଙ୍କ ସେୟାରରୁ ଏବେ ନିବେଶକ ଲାଭ ଆଦାୟ ଆରମ୍ଭ କରିଦେଇଛନ୍ତି । ଏଣୁ ବୁଧବାର ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି । ଫଳରେ ମାତ୍ର ଘଣ୍ଟାରେ କିଛ ଆଦାନୀଙ୍କୁ ୩୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଗତ ସପ୍ତାହରେ ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ୬୩ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ଫଳରେ ଆଦାନୀ ଗ୍ରୁପଙ୍କ ବଜାର ପୁଞ୍ଜିକରଣ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାକୁ ପାର କରିଯାଇଥିଲା । ବୁଧବାର ଆଦାନୀ ଗ୍ରୁପ ସେୟାରରେ ସବୁଠୁ ଅଧିକ କ୍ଷତି ଆଦାନୀ ଟୋଟାଲ ଗ୍ୟାସ୍‌ର ହୋଇଛି, ଯାହା ଦିନର ସର୍ବନିମ୍ନ ସ୍ତର ୮.୨ପ୍ରତିଶତ ହ୍ରାସ ହୋଇ ୧,୦୨୨.୩୦ ଟଙ୍କାକୁ ଖସି ଆସିଛି । ଏହା ପଛକୁ ରହିଛି ଆଦାନୀଙ୍କ ଏନର୍ଜୀ ସଲ୍ୟୁସନ, ଯେଉଁଥିର ୫.୪ ପ୍ରତିଶତ ହ୍ରାସ ଦେଖାଯାଇଛି । ଆଦାନୀ ଗ୍ରିନ ଏନର୍ଜୀ, ଆଦାନୀ ୱିଲ୍ମର, ଆଦାନୀ ପାୱାର, ଏନଡିଟିଭି, ଆଦାନୀ ପୋର୍ଟସ୍‌ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଓ ଆଦାନୀ ଏ ତେବେ ଗ୍ରୁପର ସିମେଣ୍ଟ କମ୍ପାନୀ ଏସିସି ଓ ଅମ୍ବୁଜା ସିମେଣ୍ଟ ସେୟାରର ମୂଲ୍ୟ ବୃଦ୍ଧି ହୋଇଛି । ଦୁଇ ସିମେଣ୍ଟ କମ୍ପାନୀ ସେୟାର ମୂଲ୍ୟରେ ଯଥାକ୍ରମେ ୦.୩୩ ପ୍ରତିଶତ ଓ ୧.୧୩ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ହ୍ରାସ ଏହାର ମାର୍କେଟ କ୍ୟାପିଟାଲକୁ ମଧ୍ୟ ପ୍ରଭାବିତ କରିଛି । ତଥ୍ୟ ଅନୁସାରେ ମାତ୍ର କିଛି ଘଣ୍ଟାରେ ଆଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଲରୁ ୩୭,୭୭୨ କୋଟି ଟଙ୍କା ହ୍ରାସ ହୋଇଛି । ଫଳରେ ଗ୍ରୁପର ମୋଟ ମାର୍କେଟ କ୍ୟାପିଟାଲ ୧୩.୭୮ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ତେବେ ଏହା ପୂର୍ବରୁ ଗ୍ରୁପର ମାର୍କେଟ କ୍ୟାପିଟାଲ ୧୪.୧୬ ଲକ୍ଷ କୋଟି ଟଙ୍କା ଥିଲା । ଗତ ସପ୍ତାହରେ ଆଦାନୀ ଟୋଟାଲ ଗ୍ୟାସ୍‌ ସେୟାର ୬୩.୧ ପ୍ରତିଶତ ସାପ୍ତାହିକ ବୃଦ୍ଧି ସହ ବନ୍ଦ ହୋଇଥିଲା । ଶୁକ୍ରବାର ପର୍ଯ୍ୟନ୍ତ ଆଦାନୀ ଗ୍ରୀନ ଏନର୍ଜୀରେ ୫୦.୮ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା । ସେହିପରି ଆଦାନୀ ଏନର୍ଜୀ ସଲ୍ୟୁସନସରେ ୨୯.୬ ପ୍ରତିଶତ, ଆଦାନୀ ପୋର୍ଟସରେ ୨୩.୯ ପ୍ରତିଶତ, ଆଦାନୀ ପାୱାରରେ ୨୩.୮ ପ୍ରତିଶତ, ଏନଡିଟିଭିରେ ୨୨ ପ୍ରତିଶତ, ଆଦାନୀ ଏ ଆଦାନୀ ଏଣ୍ଟରପ୍ରାଇଜର୍ସରେ ୧୯.୬ ପ୍ରତିଶତ, ଏସିସି ସିମେଣ୍ଟରେ ୧୩.୫ ପ୍ରତିଶତ, ଅମ୍ବୁଜା ସିମେଣ୍ଟରେ ୧୨.୭ ପ୍ରତିଶତ ଓ ଆଦାନୀ ୱିଲ୍ମରରେ ୧୦.୯ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଥିଲା ।

#adani#dumanikhabar#india#latestnews#news#sharemarket
Comments (0)
Add Comment