ଜଗନ୍ନାଥ ପ୍ରସାଦ/ଛାମୁଣ୍ଡା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ନିକଟ ଲକ୍ଷଣ ପଲ୍ଲୀ ଗ୍ରାମର ଜଣେ ବିବାହିତା ମହିଳା ତାଙ୍କ ଭାଣିଜିର ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ସମ୍ନାକୁ ଆସିଛି। ମୃତ ନାବାଳିକା ଜଣକ ଛାମୁଣ୍ଡା ଗ୍ରାମର ସନ୍ତୋଷ ମହାରଣାଙ୍କ ନାତୁଣୀ,ମୃତ ନାବାଳିକା ଜଣକ ହେଉଛନ୍ତି ଅର୍ଚ୍ଚନା ମହାରଣା (୦୯) ତାଙ୍କ ଘର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କାନନକୁଟିର ଗ୍ରାମର ମଙ୍ଗୁଳୁ ମହାରଣା ଓ ଗାୟତ୍ରୀ ମହାରଣାଙ୍କ ଝିଅ । ଅର୍ଚ୍ଚନା ତାଙ୍କ ବାପା ଓ ମାଆ ଙ୍କ ସହିତ ଭୁବନେଶ୍ବରରେ ରହୁଥିଲେ, ସେ ଦଣ୍ଡ ନାଟ ଦେଖିବା ପାଇଁ ତାଙ୍କ ମାଆ ଓ ବଡ଼ ଭଉଣୀଙ୍କ ସହିତ ମାମୁଁ ଘରକୁ ଆସିଥିଲେ। ଗତକଲି ତାଙ୍କ ମାମୁଁ ଓ ମାଆ ରାସନ ଚାଉଳ ଆଣିବା ସକାଶେ କାନନ କୁଟୀର ଗାଁ କୁ ଯାଇଥିଲେ, ସନ୍ଧ୍ୟାରେ ଘରକୁ ଫେରିବା ପରେ ଅର୍ଚ୍ଚନା ନିଖୋଜ ଥିବା ଖବର ପାଇଥିଲେ, ସମସ୍ତେ ମିଶି ବହୁ ଖୋଜା ଖୋଜି କରି ନ ପାଇବାରୁ ଥାନାରେ ଏତଲା ଦେଇଥିଲେ।
ସୁଚନା ଅନୁସାରେ ଅର୍ଚ୍ଚନା କୁ ମାରିବା ପରେ ମୃତ ଦେହକୁ ଘର ଭିତରେ ରଖିଥିଲେ, ପୁଲିସ ଆସିବା ପୂର୍ବରୁ ମୃତ ଦେହକୁ ପଡ଼ିଶା ଘର ଅସ୍ଥାୟୀ ପାଇଖାନା ଘରେ ରଖି ଜରିପାଲ ପାଇଁ ଘୋଡ଼ାଇ ଦେଇଥିଲେ, ପଟାଧାର ଗ୍ରାମର ଭଗବାନ ମହାରଣା ଙ୍କ ମଝିଆ ଝିଅ ଦିବ୍ୟଭାରତି ମହାରଣା ସେ ଗତ ଦୁଇ ବର୍ଷ ପୂର୍ବେ ଛାମୁଣ୍ଡା ଗ୍ରାମାର ସନ୍ତୋଷ ମହାରଣାଙ୍କ ପୁଅ ଗଣେଷ ମହାରଣାଙ୍କୁ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ, ତାଙ୍କର କୌଣସି ସନ୍ତାନ ହୋଇନଥିବାରୁ ପ୍ରାୟ ସମୟ ସେ ସ୍ୱାମୀଙ୍କ ସହ ଝଗଡ଼ା କରୁଥିଲେ , ସ୍ୱାମୀ ଗଣେଷ ନିଜ ଭାଣଜି ମାନଙ୍କ ପ୍ରତି ଅତ୍ୟଧିକ ସ୍ନେହ ଶ୍ରଦ୍ଧା ରହିଥିଲା ଏହାକୁ ସ୍ତ୍ରୀ ସହ୍ୟ କରିପାରୁନଥିଲା ଯାହାଫଳରେ କି ଦିବ୍ୟ ଭାରତୀ ଭିଣିଜୀ କୁ ରାସ୍ତା ରୁ ହଟାଇ ପାଇଁ ମନସ୍ଥ କରି ସୁଯୋଗ ଖୋଜୁଥିଲା, ପରବର୍ତ୍ତୀ ସମୟରେ ଘରେ କେହି ନଥିବା ସୁଯୋଗ ନେଇ ନିଜ ଭାଣଜି କୁ ପାଟିରେ କପଡ଼ା ଦେଇ ସାୟା ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରିଥିବା କଥା ସମ୍ନାକୁ ଆସିଛି।
ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଭଞ୍ଜନଗର ଏସ ଡି ପିଓ ଡଃ ଦୀପକ କୁମାର ମିଶ୍ର ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରିବା ସହ ମୃତ ଶରୀର କୁ ଜବତ କରି ବ୍ରହ୍ମପୁର ମେଡ଼ିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛନ୍ତି |ଜଗନ୍ନାଥ ପ୍ରସାଦ ଥାନାରେ କେସ ନଂ ୧୨୪/୨୬ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ପ୍ରକାଶ କରିଛନ୍ତି।