ଜୁଲାଇ ୨ରୁ ପାଞ୍ଚ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ରୁ ୯ ଜୁଲାଇ ପର୍ଯ୍ୟନ୍ତ ପାଞ୍ଚ ଦେଶ ଗସ୍ତରେ ରହିବେ । ଏଥିରେ ଘାନା, ତିନିଦାଦ ଏବଂ ଟୋବୈଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମୀବିୟାର ଗସ୍ତରେ ସାମିଲ ହେବେ । ଏହି ସମୟରେ ସେ ବ୍ରାଜିଲରେ ୬-୭ ଜୁଲାଇକୁ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗନେବେ । ସଚିବ(ପୂର୍ବ) ପି. କୁମାରନ ସୋମବାର ଦିନ ପ୍ରେସ ବିଜ୍ଞପ୍ତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରା କାର୍ଯ୍ୟକ୍ରମ ଏବଂ ତା’ ସହିତ ଯୋଡ଼ିଥିବା ମହତ୍ୱପୂର୍ଣ୍ଣ ବିନ୍ଦୁର ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ତର ବ୍ରାଜିଲ ଅଟେ । ଏଠାରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବେ । ସମ୍ମିଳନୀ ୬ରୁ ୭ ଜୁଲାଇ ମଧ୍ୟରେ ଆୟୋଜିତ ହେବ । ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗନେବା ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲ୍‌ରେ ରାଜକୀୟ ଅତିଥି ହେବ \ ଏବଂ ଦ୍ୱିପକ୍ଷୀୟ ଗସ୍ତର ଆରମ୍ଭ କରିବେ । ରାଜକୀୟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାର ରାଷ୍ଟ୍ରପତି ଲୁଲା ଡି ସିଲ୍‌ଭାଙ୍କ ସହିତ ଦ୍ୱିପକ୍ଷୀୟ ବାର୍ତ୍ତା କରିବେ ।

Comments (0)
Add Comment