ଜିନ୍ଦଲନଗରରେ ଭବ୍ୟ ରଥଯାତ୍ରା ପାଳିତ: ସାମିଲ ହେଲେ ହଜାର ହଜାର ଉତ୍ସାହୀ ଶ୍ରଦ୍ଧାଳ

ଅନୁଗୁଳ, : ଦେବଭୂମି ଜିନ୍ଦଲନଗରରେ ପବିତ୍ର ଘୋଷଯାତ୍ରା ଉତ୍ସାହ ଓ ଆବେଗପୂର୍ଣ୍ଣ ବାତାବରଣ ମଧ୍ୟରେ ଆରମ୍ଭ ହୋଇଛି । ଏହି ଘୋଷଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଂଚଳ ଏବଂ ଅନୁଗୁଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଧିଘୋଷର ଭବ୍ୟ ସୁସଜ୍ଜିତ ରଥରେ ଯଥାକ୍ରମେ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାବାହୁ ଶ୍ରୀ ଜଗତ୍ତାଥ ଆସିନ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ତୃତୀୟ ଥର ପାଇଁ କୁରୁକ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ,ତାଙ୍କ ଧର୍ମ ପତୀ ତଥା ଜିନ୍ଦଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ ଏବଂ ତାଙ୍କ ମାତା ଓ.ପି. ଜିନ୍ଦଲ ଗ୍ରୁପର ସମ୍ମାନିତ ଅଧ୍ୟକ୍ଷା ତଥା ହରିୟାଣାର ହିସାର ବିଧାୟିକା ସାବିତ୍ରୀ ଜିନ୍ଦଲ ପ୍ରମୁଖ ରଥଯାତ୍ରାରେ ପ୍ରଧାନ ସେବକ ଭାବେ ଦାୟିତ୍ୱ ତୁଲାଇଥିଲେ । ନବୀନ ଜିନ୍ଦଲ ପହଣ୍ଡି କାର୍ଯ୍ୟକ୍ରମରେ ଭାଗ ନେବା ସହ ରଥରେ ସମର୍ଜନୀ ଧରି ଛେରା ପହଁରା କରିଥିଲେ । ଏ ଅବସରରେ ନବୀନ ଜିନ୍ଦଲ କହିଥିଲେ, ମୁଁ ସର୍ବଶକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସେ ଆମ ସମସ୍ତଙ୍କୁ ତାଙ୍କର ଦିବ୍ୟ ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହା ଏଭଳି ଏକ ପର୍ବ ଯେଉଁଠାରେ ସମସ୍ତେ ସମାନ – ଧନୀ ଏବଂ ଗରିବଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁୟ ଆମେ ରଥ ଟାଣିବା ପାଇଁ ଏକାଠି ହୋଇ ବିଶ୍ୱର ନାଥ ପ୍ରଭୁ ଶ୍ରୀ ଜଗତ୍ତାଥଙ୍କ ଆଶୀର୍ବାଦ ଗ୍ରହଣ କରୁଥାଉ । ଜିନ୍ଦଲ ପରିବାର ପକ୍ଷରୁ, ମୁଁ ସମସ୍ତଙ୍କୁ ଏକ ଆନନ୍ଦଦାୟକ ଏବଂ ଆଶୀର୍ବାଦପୂର୍ଣ୍ଣ ରଥଯାତ୍ରା କାମନା କରୁଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଶ୍ରୀ ଜିନ୍ଦଲ ପୁରୀରେ ଭକ୍ତମାନଙ୍କ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଚାଲିଥିବା ଗରମ ରନ୍ଧା ଖାଦ୍ୟ ଏବଂ ଥଣ୍ଡା ପାନୀୟ ଜଳ ସେବା ବିଷୟରେ ଉଲ୍ଲେଖ
କରିଥିଲେ, ଯାହା ସୁନାବେଶ ପର୍ଯ୍ୟନ୍ତ ଜାରି ରହିବୟ ଶ୍ରୀ ଜିନ୍ଦଲ କହିଥିଲେ, ଆମେ ୧୧ ବର୍ଷ ଧରି ଲଗାତାର ଜଗନ୍ନାଥ ଧାମ ପୁରୀରେ ଭକ୍ତଙ୍କ ସେବା କରିବାର ସୁଯୋଗ ପାଇଥିବାରୁ  ସୌଭାଗ୍ୟବାନ ମନେ କରୁଛୁ । ରଥଟଣା ପୂର୍ବରୁ ସକାଳେ ମନ୍ଦିରରେ ନେତ୍ର ଲାଗି, ନବ ଯୌବନ ଦର୍ଶନ, ମଙ୍ଗଳ ଆରତୀ, ପହଣ୍ଡିବିଜେ ଆଦି ପାରମ୍ପରିକ ରୀତିନୀତି ଆୟୋଜିତ ହୋଇଥିଲା । ଜିନ୍ଦଲ ପରିବାରର ସଦସ୍ୟମାନେ ଦେବଭୂମିର ମୁଖ୍ୟ ସେବାୟତ ଶ୍ରୀକାନ୍ତ ଜୀଙ୍କ ତଚାତ୍ୱାବଧାନରେ ଭକ୍ତିଭାବ ସହ ସମସ୍ତ ନିତିକାନ୍ତି ତୁଲାଇଥିଲେ । ସବୁଠାରୁ ଆକର୍ଷଣର କେନ୍ଦ୍ର ଥିଲା କି ଦେବୀ ସୁଭଦ୍ରାଙ୍କ ପହଣ୍ଡି ଓ ରଥ ଟଣାରେ କେବଳ ମହିଳାମାନେ ନିୟୋଜିତ ହୋଇ ନୀତି ସମ୍ପର୍ଣ୍ଣ କରିଥିଲେ । କମ୍ପାନୀର ଅନୁଗୁଳ ମୁଖ୍ୟ ପଙ୍କଜ ମଲହାନ, କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଦାମୋଦର ମିତଲ୍‌, ସେମାନଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ କର୍ମଚାରୀମାନେ ଭକ୍ତି ଭାବରେ ରଥଯାତ୍ରା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେମାନେ ସାଧାରଣ ଜନତା ଙ୍କ ସହ ମିଶି ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ କାର‌୍ୟ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଜିନ୍ଦଲନଗରର ଏହି ଭବ୍ୟ ରଥଯାତ୍ରା ସମାରୋହ ଆସନ୍ତା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା । ଏହି ଦିନ ଶ୍ରୀ
ଜୀଉ ମାନେ ଦେବଭୂମିର ର˜ ସିଂହାସନକୁ ଫେରିବେ । ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ଜିନ୍ଦଲ ନଗରରେ କର୍ମଚାରୀ ଏବଂ ଅନ୍ୟଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯିବ ।

Comments (0)
Add Comment