ଘୁମୁସର ଜିଲ୍ଲା ଦାବି ନେଇ ଗଣ ଧାରଣା ଜୋର ଧରିଲା

The demand of the people for the formation of Ghumusar district became strong

ଗତ କିଛି ବର୍ଷ ହେଲା ଘୁମୁସର ଜିଲ୍ଲା ଗଠନ ନେଇ ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ମାନେ ବିଭିନ୍ନ ଉପାୟରେ ନିଜର ଦାବି ଉପସ୍ଥାପନ କରି ଆସୁଛନ୍ତି।ଏହି ସ୍ଥଳେ ସରକାର ଲୋକଙ୍କ ଦାବିକୁ ନଜର ଅନ୍ଦାଜ କରୁଛନ୍ତି।ଭଞ୍ଜନଗର ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛି।ଏହା ବ୍ୟତିତ ବିଭିନ୍ନ ଅନୁଷ୍ଠାନ ମାନେ ମଧ୍ୟ ସହଯୋଗ କରିଛନ୍ତି।ଭୁବନେଶ୍ୱର ରେ ଥିବା ଘୁମୁସର ଉନ୍ନୟନ ମଞ୍ଚ ର କର୍ମକର୍ତ୍ତା ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଯୋଗଦେଇ ଥିଲେ।ସୋରଡା ,ବାଲିପଦର, ବୁଗୁଡା, ଜଗନ୍ନାଥ ପ୍ରାସାଦ ଅଞ୍ଚଳର ବହୁ ଅନୁଷ୍ଠାନର ଶହ ଶହ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।କ୍ରିୟାନୁଷ୍ଠାନ କମିଟିର ସଭାପତିଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ଦେବା ସହ କିପରି ଜିଲ୍ଲା ଗଠନ ହେବ ସେଥିପାଇଁ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ। ସରକାର ଯେତେବେଳେ ପଦ୍ମପୁର କୁ ଜିଲ୍ଲା ମାନ୍ୟତା ପାଇଁ ତପ୍ତର ସେତେବେଳେ ଘୁମୁସର କୁ କାହିଁକି ଭୁଲୁ ଛନ୍ତି।ଯେତେବେଳେ ପ୍ରଯ୍ୟନ୍ତ ଘୁମୁସର ଜିଲ୍ଲା ଗଠନ ନ ହୋଇଛି ସେତେବେଳେ ପ୍ରଯ୍ୟନ୍ତ ଘୁମୁସର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରୀ ରଖିବେ ଏପରିକି ଭୋଟ ବର୍ଜନ କରିବା ନିଷ୍ପତ୍ତି ନେଇଛି।ଏହି ଆନ୍ଦୋଳନ ବର୍ତ୍ତମାନ ଗ୍ରାମାଞ୍ଚଳକୁ ପହଞ୍ଚାଇବା ପାଇଁ ଯୋଜନା ରଖିଛି ବୋଲି ପ୍ରକାଶ କରିଛନ୍ତି dumani ଖବର ମୁଖ୍ୟ ଅକ୍ଷୟ କୁମାର ପତ୍ତନୟକ।ଘୁମୁସର କ୍ରିୟାନୁଷ୍ଠାନ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି ଯେ ଘୁମୁସର ଜିଲ୍ଲା ଦାବି ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପହଞ୍ଚା ଯିବ ଓ ନାଟକ ,ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମାଞ୍ଚଳରେ ଜନସାଧାରଣ ଙ୍କୁ ଅବଗତ କରାଯିବ।ବରଦା ଯୁବକ ସଂଘ କର୍ମକର୍ତ୍ତା ମାନଙ୍କ ସହଯୋଗ ରେ ଘୁମୁସର ଜିଲ୍ଲା ଆନ୍ଦୋଳନ ଆଗକୁ ବଢିବ ବୋଲି ପ୍ରକାଶ କରିଛନ୍ତି ଅନୁଷ୍ଠାନ ସମ୍ପାଦକ ।

#dumanikhabar#latestnews#localnews#news#odisha
Comments (0)
Add Comment