ଗାଁରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ଗାଁରେ ବୁଲୁଛି କଲରାପତରିଆ ବାଘ । ଏହା ଦେଖି ଲୋକେ ଛାନିଆ ହୋଇ ଯାଇଥିବା ବେଳେ ବାଘଟିକୁ ଉଦ୍ଧାର କରିବାକୁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏପରି ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ ଦେଖିବାକୁ ମିଳିଛି। ଆଜି ସକାଳେ ଏକ କଲରାପତରିଆ ବାଘ ହେଲେବାହାଲ ଗାଁର ଜଣଙ୍କ ବାଡ଼ି ପଟେ ପଶିଥିବା ଦେଖିବାକୁ ମିଳିଥିଲା।  ବାଘଟି ଗତକାଲି ରାତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାଡ଼ିରେ ପଶିଥିବା ଅନୁମାନ କରାଯାଉଛି। ଆଜି ସକାଳେ ସମ୍ପୃକ୍ତ ବ୍ୟକ୍ତି ଉଠିବାରୁ ବାଘଟି ତାଙ୍କ ବାଡ଼ ମଧ୍ୟରେ ଫସି ରହିଥିବା ଦେଖିବାକୁ ପାଇଲେ। ମଣିଷକୁ ଦେଖି ବାଘଟି ଛଟପଟ ହୋଇ ବାଡ଼ରୁ ମୁକୁଳି ଗାଁ ପାଖ ଜଙ୍ଗଲମୁହାଁ ହୋଇଥିଲା।

#odishanews #sundaragadanews #Kalrapatriyatiger
Comments (0)
Add Comment