କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ।

କୋରାପୁଟ : କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳ ଙ୍କ ଉଦ୍ୟସରେ ଦାବି ପତ୍ର ପ୍ରଦାନ। କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଏକ ରାଲି ରେ ଆସି କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ପହଁଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ କହିବା ଅନୁସାରେ ସାରା ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ସରକାରୀ ପରିବହନ ଇବି ବେସରକାରୀ ପରିବହନ ପାଇଁ 50% ରିହାତି ବ୍ୟବସ୍ଥା କରିବା। ବିଶେଷକରି ଗ୍ରାମାଞ୍ଚଳ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ପୃଷ୍ଠଭୂମିର ଅନେକ ଛାତ୍ର,ଛାତ୍ରୀ ସ୍କୁଲ, କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ଅଞ୍ଚଳ ରେ ବସ ର ସୁବିଧାରେ ନାହିଁ। ସେଇ ସବୁ ଅଞ୍ଚଳ ରେ ଭ୍ୟାନ ର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।

Comments (0)
Add Comment